ବିଦ୍ୟୁତ ଆଘାତରେ ୫ କାଉଡ଼ିଆ ମୃତ

ମେରଟ : ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶ ମେରଟରେ ବିଦ୍ୟୁତ ଆଘାତରେ ୫ ଜଣ କାଉଡିଆଙ୍କର ମୃତ୍ୟୁ ଘଟିଛି। ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ମେରଟର ପରିକ୍ଷିତଗଡ଼ ଅଂଚଳର ରାଲିଚୌହାନ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। କାଉଡିଆଙ୍କ ଶିବିର ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଛିଡିପଡିବାରୁ କାଉଡିଆମାନେ ଜଳିଯାଇଥିଲେ। ଗୁରୁତର ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୪ରୁ ଅଧିକ କାଉଡିଆ ଏବେ ଗୁରୁତର ଥିବାର ଜଣାପଡିଛି। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି କାଉଡିଆଙ୍କ ଡିଜେ ଗାଡି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ପୋଲକୁ ଧକ୍କା ଦେବାରୁ ତାର ଛିଡିଯାଇ କାଉଡିଆଙ୍କ ଉପରେ ପଡିଥିଲା।

Leave a Reply

Your email address will not be published. Required fields are marked *

Back to top button