ବିଜେଡିରେ ମିଶିଲେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି

ଝାରସୁଗୁଡା : ଝାରସୁଗୁଡା ଉପନିର୍ବାଚନ ବାଜି ଜିତିବା ପାଇଁ ବିଜେପି ଜୋରଦାର ଉଦ୍ୟମ ଚଳାଇଛି। ହେଲେ ରାତିସାର ଅନିଦ୍ରା, ମୁଗୁରା ଲାଞ୍ଜି ଖୋଲା ପରି ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ବିଜେଡିରେ ମିଶିଲେଣି। ଯାହାକି ଦଳ ପାଇଁ ଏକ ଝଟ୍‌କା ବୋଲି କୁହାଯାଉଛି।

ବୁଧବାର ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମଙ୍ଗଳ ସାହୁ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। କାହିଁକି ଦଳ ଛାଡିଲେ ତାହା ଜଣାପଡିନଥିଲେ ହେଁ ଟଙ୍କଧରଙ୍କୁ ବିଜେପି ପ୍ରାର୍ଥୀ କରିବା ପରଠାରୁ ସେ ଅସନ୍ତୁଷ୍ଟ ଥିଲେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *

Back to top button