ହତ୍ୟା ମାମଲାରୁ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ଦୋଷମୁକ୍ତ

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସମୟରେ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଦିଲ୍ଲୀର ଏକ ଅଦାଲତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର ଦୋଷମୁକ୍ତ। ଏଥିସହ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳି ଗୋୟଲ ଅନ୍ୟ ଦୁଇ ଅଭିଯୁକ୍ତ ବେଦ ପ୍ରକାଶ ପିୟାଲ ଓ ବ୍ରହ୍ମାନନ୍ଦ ଗୁପ୍ତାଙ୍କୁ ମଧ୍ୟ ଦୋଷମୁକ୍ତ କରିଛନ୍ତି।

ଖବର ଅନୁଯାୟୀ ସୁଲତାନପୁରୀରେ ସୁରଜିତ ସିଂହ ନାମକ ଜଣେ ଶିଖ୍ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଶିଖ୍ ଅଙ୍ଗରକ୍ଷୀମାନେ ହତ୍ୟା କରିବା ପରେ ଦଙ୍ଗା ଆରମ୍ଭ ହୋଇଥିଲା। ଦଙ୍ଗା ସହ ଜଡିତ ଅନ୍ୟ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ସଜ୍ଜନ କୁମାର ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ୨୦୧୮ ଡିସେମ୍ବର ୧୭ତାରିଖରେ ଦିଲ୍ଲୀ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଦଙ୍ଗା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button