ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା

ବ୍ରହ୍ମପୁର : ଗୋଷାଣୀନୂଆ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୌଦାମିନୀ ରଥଙ୍କୁ ହତ୍ୟା। ଏହି ଘଟଣାରେ ଡ୍ରାଇଭର ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି। ‌

ଖବର ଅନୁଯାୟୀ ସୌଦାମିନୀ ରଥ ଗତକାଲି ରାତିରେ ଭୁବନେଶ୍ଵରରୁ ନିଜ ଘରକୁ ଫେରିବା ପରେ ହତ୍ୟାକାଣ୍ଡ ଘଟିଛି। ସୌଦାମିନୀ ମୋବାଇଲରେ କଥା ହେଉଥିବା ବେଳେ ଡ୍ରାଇଭର୍ ସୀମାଞ୍ଚଳ ସାହୁ ମୁଣ୍ଡକୁ ପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା। ତେବେ କେଉଁ ଅଭିଯୁକ୍ତ କାରଣରୁ ଏଭଳି କାଣ୍ଡ ଭିଆଇଛି ସେ ସମ୍ପର୍କରେ ପୋଲିସ କୌଣସି ସୂଚନା ଦେଇନି। ଅଭିଯୁକ୍ତର ଜେରା ଚାଲିଥିବା କହିଛି।

Leave a Reply

Your email address will not be published. Required fields are marked *

Back to top button