ଏଣିକି ୯୦ ଦିନରେ ହେବ ଚାର୍ଜସିଟ୍

ନୂଆଦିଲ୍ଲୀ : ଏଣିକି ମାମଲା ହେବାର ୯୦ ଦିନ ଭିତରେ ଅଧିକାରୀଙ୍କୁ ଚାର୍ଜସିଟ୍ ଦାଖଲ କରିବାକୁ ହେବ। କିନ୍ତୁ କୋର୍ଟ ଚାହିଁଲେ ଚାର୍ଜସିଟ୍ ପାଇଁ ଆଉ ୯୦ ଦିନ ସମୟ ଦେଇପାରିବେ। ନୂଆ ନିୟମରେ ଏହି ବ୍ୟବସ୍ଥା ରହିଛି।

ଖବର ଅନୁଯାୟୀ ନୂଆ ନିୟମରେ ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ଚାର୍ଜଫ୍ରେମ୍ କରିବାକୁ କୁହାଯାଇଥିବା ବେଳେ ୯୦ ଦିନ ଭିତରେ ମାମଲାର ଶୁଣାଣି ସାରି କୋର୍ଟ ରାୟ ଶୁଣାଇବେ। ସେହିପରି ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ହଟିବ। ଆଇପିସି ଓ ସିଆରପିସି ହଟାଇବାକୁ ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ବିଲ୍ ଆଗତ କରିଛନ୍ତି। ସିଆର୍‌ପିସି ହଟିବା ପରେ ସେହି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା। ଆଇଇଏ ହଟିଲେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ।

ବିଲ ଆଗତକରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଦଣ୍ଡ ଦେବାପାଇଁ ନୁହେଁ ସମସ୍ତଙ୍କୁ ନ୍ୟାୟ ଦେବା ହେଉଛି ଆଇନର ଉଦ୍ଦେଶ୍ୟ। ସେ କହିଛନ୍ତି ଆଇପିସିରେ ୫୧୧ ଧାରା ଥିଲା। ଏବେ ୩୫୬ଟି ଧାରା ରହିବ। ୧୭୫ଟି ଧାରାରେ ପରିବର୍ତ୍ତନ କରାଯିବ। ୮ଟି ନୂଆ ଧାରା ଯୋଡ଼ାଯିବା ସହିତ ଆଇପିସିରୁ ୨୨ଟି ଅନାବଶ୍ୟକ ଧାରା ହଟିଯିବ। ସେହିପରି ସିଆରପିସିରେ ୫୩୩ ଧାରା ରହିବ ଓ ୧୬୦ ଧାରା ବଦଳିବ। ୯ ନୂଆ ଧାରା ସାମିଲ ହେବ ଓ ୯ ଧାରା ଉଚ୍ଛେଦ ହେବ ବୋଲି ଶ୍ରୀ ଶାହ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button