ଟାଟା ପାୱାର କାର୍ଯ୍ୟାଳୟ ଘେରିଲେ ଦୁଇ ପଞ୍ଚାୟତବାସୀ

ବାଲିଗୁଡା : ଅଘୋଷିତ ବିଜୁଳି କାଟ ଓ ଲୋ ଭୋଟେଜ ସମସ୍ୟାକୁ ନେଇ ଦୁଇ ପଞ୍ଚାୟତର ମହିଳା-ପୁରୁଷ ବାଲିଗୁଡା ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ବାଲିଗୁଡା ଟାଟା ପାୱାର କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ୪ ମାସ ହେଲା ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ସମସ୍ୟା ରହୁଥିବାରୁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି l ବିଶେଷକରି ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବାଧା ଉପୁଜୁଛି। ତେଣୁ ବିଦ୍ୟୁତ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button