ମାଇଁ ଲର୍ଡ ନ କହିଲେ ଓକିଲଙ୍କୁ ଅଧେ ଦରମା ଦେବେ କହିଲେ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟର ଜଣେ ବିଚାରପତି ଓକିଲଙ୍କୁ କହିଛନ୍ତି ଯଦି ମାଇଁ ଲର୍ଡ ନ କହିବେ ଆପଣଙ୍କୁ ମୋ ଦରମାରୁ ଅଧେ ଦେଇଦେବି।

ଖବର ଅନୁଯାୟୀ ବୁଧବାର ସୁପ୍ରିମ୍‌ କୋର୍ଟରରେ ଶୁଣାଣି ଚାଲିଥିବା ବେଳେ ବିଚାରପତି ଏ.ଏସ୍‌. ବୋପନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ବସିଥିଲେ ବିଚାରପତି ପି. ଏସ୍‌. ନରସିଂହ। ସେ ଜଣେ ବରିଷ୍ଠ ଓକିଲଙ୍କୁ କହିଲେ କେତେ ଥର ମାଇଁ ଲର୍ଡ କହିବେ ? ଯଦି ଆଉ ମାଇଁ ଲର୍ଡ ନ କହିବେ ତେବେ ମୁଁ ମୋ ଦରମାରୁ ଅଧେ ଆପଣଙ୍କୁ ଦେଇଦେବି। ବିଚାରପତି ନରସିଂହ କହିଲେ ମାଇଁ ଲର୍ଡ ପରିବର୍ତ୍ତେ ସାର୍‌ କହୁ ନାହାନ୍ତି କାହିଁକି ? ନଚେତ ଆପଣ କେତେଥର ମାଇଁ ଲର୍ଡ କହୁଛନ୍ତି ମୁଁ ଗଣନା କରିବି।

ସୂଚନାଯୋଗ୍ୟ ୨୦୦୬ରେ ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ପ୍ରସ୍ତାବନା ଗୃହୀତ କରିଥିଲା ବିଚାପତିମାନଙ୍କୁ ମାଇଁ ଲର୍ଡ ଓ ୟୋର୍‌ ଲର୍ଡସିପ୍‌ ବୋଲି ସମ୍ବୋଧନ କରାଯିବ ନାହିଁ। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ତାହାକୁ ପ୍ରୟୋଗ କରାଯାଇ ପାରିଲା ନାହିଁ। ଅନ୍ୟପକ୍ଷରେ କୋର୍ଟରେ ଯୁକ୍ତି ଉପସ୍ଥାପନ ବେଳେ ଓକିଲମାନେ ବିଚାରପତିମାନଙ୍କୁ ମାଇଁ ଲର୍ଡ କିମ୍ବା ୟୋର୍‌ ଲର୍ଡସିପ୍‌ ବୋଲି ସମ୍ବୋଧନକୁ ଉପନିବେଶୀୟ ଅମଳର ଅବଶେଷ ଏବଂ ଦାସତ୍ଵର ସଙ୍କେତ କହି କେତେକ ବିରୋଧ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button