ପଞ୍ଚାୟତ ନିର୍ବାଚନ : ୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ୨୦୨୨ରେ ପଞ୍ଚାୟତ ନିର୍ବାଚନ ହେବ। ସେଥିପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତତ୍ତ୍ଵାବଧାନରେ ପ୍ରସ୍ତୁତି ଜାରି ରହିଛି। କେନ୍ଦ୍ର ନିର୍ଵାଚନ କମିସନ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ଭୋଟର ତାଲିକା ପ୍ରଦାନ କରିସାରିଛନ୍ତି।

ଏହି ଭୋଟର ତାଲିକା ସଂଶୋଧନ ହେବା ପୂର୍ବରୁ ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ଭୋଟର ତାଲିକା ସଂଶୋଧନ ନେଇ ଆଲୋଚନା ହେବ। ଧାର୍ଯ୍ୟ ତାରିଖ ଅନୁସାରେ ଜିଲ୍ଲାମାନେ ସେମାନଙ୍କର ସଂରକ୍ଷଣ ତାଲିକା ପ୍ରଦାନ କରିବେ ବୋଲି ରାଜ୍ୟ ନିର୍ବାଚନ କମିସନ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button