ଗଞ୍ଜାମରେ ଷ୍ଟୋନ୍‌ମ୍ୟାନ୍‌ : ଶୋଇଥିବା ବେଳେ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଷ୍ଟୋନ୍‌ମ୍ୟାନ୍‌। ରାତିରେ ଶୋଇଥିବା ଲୋକଙ୍କୁ ପଥରରେ ଛେଚି ହତ୍ୟା କରିବା ସହିତ ପରବର୍ତ୍ତୀ ଟାର୍ଗେଟରଙ୍କ ନାଁ ଲେଖି ଯାଉଛନ୍ତି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡିଘାଇ ଗାଁର ବିନାୟକ ପ୍ରଧାନ ହତ୍ୟାର ଶିକାର ହୋଇଛନ୍ତି। ତାଙ୍କୁ ଷ୍ଟୋନ୍‌ମ୍ୟାନ୍‌ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। କିନ୍ତୁ ପୋଲିସ ସନ୍ଦେହ କରୁଛି ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି।

ଖବର ଅନୁଯାୟୀ ମଦ ଦୋକାନୀ ବିନାୟକ ପ୍ରଧାନ ରବିବାର ରାତିରେ ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିଲେ। ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କ ନାଁ ଲେଖାଯାଇଛି। ଫଳରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗ ପାଇବା ପରେ ପୁରୁଷୋତ୍ତମପୁର ଥାନା ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଙ୍ଗଲରେ ଲୁଚିଥିବା ସୂଚନା ପାଇ ପୋଲିସ ଚଢ଼ଉ କରି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *

Back to top button