ରତ୍ନ ଭଣ୍ଡାରର ଲେଜର୍ ସ୍କାନିଂ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର : ସମୀର ମହାନ୍ତି

ଭୁବନେଶ୍ଵର : ରତ୍ନ ଭଣ୍ଡାରର ଲେଜର୍ ସ୍କାନିଂ ନିଷ୍ପତ୍ତିକୁ ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ବିରୋଧ କରିଛନ୍ତି। ସେ କହିଛନ୍ତି ଏହା ରାଜ୍ୟ ସରକାରଙ୍କ ଯୋଜନାବଦ୍ଧ ଷଡ଼ଯନ୍ତ୍ର।

ଖବର ଅନୁଯାୟୀ ଶ୍ରୀ ମହାନ୍ତି କହିଛନ୍ତି ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ରାଜ୍ୟ ସରକାରଙ୍କର। ଗଜପତିଙ୍କର କେବଳ ସୁପାରିଶ କରିବା କ୍ଷମତା ରହିଛି। ୧୯୫୨ରେ ସ୍ଵତନ୍ତ୍ର ଆଇନ କରି ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ନିଷ୍ପତ୍ତି ନେଇ ଗଜପତିଙ୍କ ଠାରୁ କ୍ଷମତା ନେଇଗଲେ। ତେଣୁ ରତ୍ନ ଭଣ୍ଡାର ଖୋଲିବା ଦାୟିତ୍ଵ ସମ୍ପୂର୍ଣ୍ଣ ସରକାରଙ୍କର। ରାଜ୍ୟ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଓ ଗଜପତିଙ୍କ ସୁପାରିଶକୁ କାହିଁକି କାର୍ଯ୍ୟକାରୀ କରୁ ନାହାନ୍ତି ? ଯଥା ଶୀଘ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କମିଟି ଗଠନ ନ କଲେ ଖୁବ୍ ଶୀଘ୍ର ପୁଣି ହାଇକୋର୍ଟରେ ଅଦାଲତ ଅବମାନନା କେସ ଫାଇଲ କରାଯିବ ବୋଲି ସମୀର ମହାନ୍ତି ଚେତାବନୀ ଦେଇଛନ୍ତି। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ କମିଟି ଗଠନ କରି ରତ୍ନ ଭଣ୍ଡାର ଖୋଲିବାକୁ ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button