କଣ୍ଟାମାଳ ବ୍ଳକ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କୁ ନିଲମ୍ବିତ। ସ୍କୁଲ ଘର ନିର୍ମାଣରେ ବ୍ୟାପକ ଅନିୟମିତତା ପାଇଁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଖବର ଅନୁଯାୟୀ ଗୁଲୁଗୁଲାପଦର ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର। ଏଥିରେ କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କର ସଂପୃକ୍ତି ଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବାକୁ ଜିଲ୍ଲାପାଳ ଏକ କମିଟି ଗଠନ କରିଥିଲେ। କମିଟି ରିପୋର୍ଟ ଦେବା ପରେ କନିଷ୍ଠ ଯନ୍ତ୍ରୀ ଲଳିତା ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

Leave a Reply

Your email address will not be published. Required fields are marked *

Back to top button