ପାକିସ୍ତାନ ରେଳ ଦୁର୍ଘଟଣାରେ ୩୩ ମୃତ

ଇସଲାମାବାଦ : ପାକିସ୍ତାନରେ ଆଜି ଏକ ଯାତ୍ରୀବାହୀ ଟ୍ରେନ୍‌ର ୧୦ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୩୩ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୮୦ ଜଣ ଆହତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି।

ଖବର ଅନୁଯାୟୀ ଶାହଜାଦପୁର ଓ ନୱାବଶାହ ମଧ୍ୟରେ ହାଜାରା ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନଟି କରାଚିରୁ ଅବୋଟ୍ଟାବାଦ ଯାଉଥିଲା। ଦୁର୍ଘଟଣା ଖବର ପାଇ ପାକିସ୍ତାନ ରେଞ୍ଜର୍ସଙ୍କ ଠାରୁ ଆରମ୍ଭ କରି ସେନା, ପୋଲିସ ଓ ବିଭିନ୍ନ ଉଦ୍ଧାରକାରୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତାହତଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଉଦ୍ଧାର କରି ନୱାବଶାହର ପିପୁଲ୍ସ ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ହସ୍ପିଟାଲଗୁଡ଼ିକୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button