ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା : ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୫ଟା ୭ ମିନିଟରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଏହି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେଇଛି।

ଖବର ଅନୁଯାୟୀ ଇସ୍ରା ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏଣ୍ଡ କମାଣ୍ଡ ନେଟୱାର୍କ (ଇସଟ୍ରାକ୍)ଠାରେ ଚନ୍ଦ୍ରଯାନର ସ୍ଵାସ୍ଥ୍ୟ ଉପରେ ନିଜର ରଖାଯାଇଛି। ଚନ୍ଦ୍ରଯାନ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ସ୍ଵାଭାବିକ ରହିଥିବା ବେଳେ ଏହାର ସବୁ ଉପକରଣ ଠିକଭାବେ କାମ କରୁଛି ବୋଲି ଇସ୍ରୋ କହିଛି।

ସୂଚନାଯୋଗ୍ୟ ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ‘ସଫ୍ଟ ଲ୍ୟାଣ୍ଡିଂ’ କରିବାକୁ ଚେଷ୍ଟା କରିବ। ଅଗଷ୍ଟ ପହିଲାରେ ଏହି ମହାକାଶଯାନ ଟ୍ରାନ୍ସ ଲୁନାର ଇଞ୍ଜେକ୍ସନ (ଟିଏଲଆଇ) ଜରିଆରେ ୨୮୮ କିଲୋମିଟର x ୩.୭ ଲକ୍ଷ କିଲୋମିଟର କକ୍ଷପଥ ହାସଲ କରି ଚନ୍ଦ୍ରରେ ପ୍ରବେଶ କରିଥିଲା।

Leave a Reply

Your email address will not be published. Required fields are marked *

Back to top button