ରାଉରକେଲାରେ ୨ ଲୁଟେରା ଗିରଫ : ୫୧୨ ଗ୍ରାମ୍ ଅଳଙ୍କାର ଜବତ

ରାଉରକେଲା : ବାସନ୍ତୀ କଲୋନି ମାଲଗୋଦାମ କାଳୀମନ୍ଦିର ନିକଟ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୫୧୨ ଗ୍ରାମ୍ ଅଳଙ୍କାର ଜବତ ହୋଇଛି।
ଖବର ଅନୁଯାୟୀ ଅଭିଯୁକ୍ତଦ୍ୱୟ ହେଲେ ବାସନ୍ତୀ କଲୋନିର ଦୁଇ ଭାଇ ଅଭିରାଜ ସୋନି ଓରଫ ପ୍ରିନ୍ସ ଓ ଆୟୁଷ ରାଜ୍ ପ୍ରସାଦ। ଗତ ୧୫ ତାରିଖ ଦିନ ଦିନପିସି ଜୁଏଲାରିର କର୍ମଚାରୀ ପ୍ରଦୀପ ସୋନିଙ୍କୁ ଛୁରାମାଡ଼ କରି ୫୧ ଲକ୍ଷ ୮୬ ହଜାର ଟଙ୍କାର ସୁନାଭର୍ତ୍ତି ବ୍ୟାଗ୍ ଲୁଟ୍ କରିଥିଲେ ଅଭିଯୁକ୍ତ।