ଅନେକ ବିଜେଡି ବିଧାୟକ ଆମ ସଂପର୍କରେ ଅଛନ୍ତି : ମନମୋହନ
ଭୁବନେଶ୍ଵର : ବିଜୁ ଜନତା ଦଳରେ କର୍ମୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା ଓ ବିଧାୟକ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି। ସମସ୍ତେ ଭୟଭୀତ ଅବସ୍ଥାରେ ଥିବାରୁ ଅନେକ ବିଧାୟକ ଆମ ସଂପର୍କରେ ଅଛନ୍ତି। ସେମାନେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଖବର ଅନୁଯାୟୀ ମୋ’ ଦେଶ, ମୋ’ ମାଟି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ସାମଲ କହିଛନ୍ତି ଓଡ଼ିଶା ରାଜନୀତିରେ ବିଚିତ୍ର ସ୍ଥିତି ଉପୁଜିଥିବା ବେଳେ ରାଜନୈତିକ ବ୍ୟବସ୍ଥା ନଷ୍ଟଭ୍ରଷ୍ଟ ହୋଇଗଲାଣି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ କେହି ଦିଶୁନାହାନ୍ତି। ତେଣୁ ଆଗାମୀ ନିର୍ବାଚନରେ ଲୋକେ ବିଜେପି ସରକାର କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗଞ୍ଜାମକୁ କେନ୍ଦ୍ରର ବହୁ ଅନୁଦାନ ଆସିଥିଲେ ହେଁ ବିକାଶ ହୋଇନି। ଏହି ଜିଲ୍ଲାରେ ଆବାସ ଯୋଜନା ସଠିକ୍ କାର୍ଯ୍ୟକାରୀ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ୨୦୧୯ ଫନି ବାତ୍ୟାର କ୍ଷୟକ୍ଷତି ମିଳିନି ବୋଲି ଅଭିଯୋଗ କରିଛନ୍ତି।