ଓଲାର ନୂଆ ସେବା : ଡ୍ରାଇଭର ବୁକିଂ ବାତିଲ କରିପାରିବେନି

ବେଙ୍ଗାଲୁରୁ : ଅନଲାଇନ୍ କ୍ୟାବ ସେବା ପ୍ରଦାନକାରୀ କମ୍ପାନୀ ଓଲା ପ୍ରାଇମ ପ୍ଲସ ସେବା ଆରମ୍ଭ କରିଛି। ଉପଭୋକ୍ତାମାନେ ‘ବେଷ୍ଟ ଡ୍ରାଇଭର ଓ ଟପ୍ କାର୍’ର ଲାଭ ପାଇବେ। ଏହା ଏକ ପ୍ରିମିୟମ୍ ସେବା। ଯେଉଁଥିରେ ଡ୍ରାଇଭର ବୁକିଂ ବାତିଲ କରିପାରିବେ ନାହିଁ। ଫଳରେ ଉପଭୋକ୍ତାଙ୍କୁ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଓଲାର ସିଇଓ ଭବୀଶ ଅଗ୍ରୱାଲ।

ସୋସିଆଲ ମିଡିଆରେ ପ୍ରାଇମ ପ୍ଲସ ସେବା ଘୋଷଣା କରି ଭବୀଶ ଅଗ୍ରୱାଲ ଟ୍ୱିଟରରେ ଲେଖିଛନ୍ତି ଡ୍ରାଇଭର କାଳେ ବୁକିଂ ବାତିଲ କରିଦେବେ ଏବାବଦରେ ଆପଣଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ। ଓଲା ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁର ଗ୍ରାହକଙ୍କ ପାଇଁ ଏହି ନୂତନ ସେବା ଆରମ୍ଭ କରାଯାଇଛି।ସମୟ ସମୟରେ ସେ ନିଜେ ଏହି ସେବା ବ୍ୟବହାର କରି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଅଭିଜ୍ଞତା ବାଣ୍ଟିବେ। ଯଦିଓ ପ୍ରାଇମ ପ୍ଲସ ସେବାର ମୂଲ୍ୟ କେତେ ହେବ ଭବୀଶ ତାହା ପ୍ରକାଶ କରି ନାହାଁନ୍ତି। କିନ୍ତୁ ବୁକିଂର ସ୍କ୍ରିନସଟ ସେୟାର କରିଛନ୍ତି। ଏହା ଦେଖି ଲାଗୁଛି ଓଲାର ନୂତନ ସେବା ଅଧୀନରେ ଯାତ୍ରା ମୂଲ୍ୟ ମିନି ଏବଂ ପ୍ଲାଟଫର୍ମର ଅନ୍ୟ କ୍ୟାବ ତୁଳନାରେ କମ୍ ହୋଇପାରେ।

Leave a Reply

Your email address will not be published. Required fields are marked *

Back to top button