ନକ୍ସଲଙ୍କ ଆଇଡି ବିସ୍ଫୋରଣ ଦୁଇ ଯବାନ ଗୁରୁତର

ମାଲକାନଗିରି : ଛତିଶଗଡ଼ ସୁକମାରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଦୁଇ ଯବାନ ଆହତ। ସେମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ସୋମବାର ସକାଳେ ଡ଼ାମବାମ ସିଆରପିଏଫ କ୍ୟାମ୍ପରୁ କୋବ୍ରା ଯବାନମାନେ ସର୍ଚ୍ଚ ଅପରେସନରେ ଯାଇଥିଲେ। ସାଲାତୋଙ୍ଗ ଜଙ୍ଗଲରେ ଯବାନମାନଙ୍କୁ ଟାର୍ଗେଟ୍ କରି ନକ୍ସଲ ଆଇଡି ବିସ୍ଫୋରଣ କରିବାରୁ ଦୁଇଜଣ ଯବାନ ଆହତ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଥିବା ବେଳେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button