ଦିଗପହଣ୍ଡି ଦୁର୍ଘଟଣା : ଓଏସଆରଟିସି ବସ୍ ଡ୍ରାଇଭର ଗିରଫ

ବ୍ରହ୍ମପୁର : ଦିଗପହଣ୍ଡିରେ ଘଟିଥିବା ବସ୍‌ ଦୁର୍ଘଟଣା ପରେ ଖସି ପଳାଇଥିବା ଓଏସ୍‌ଆରଟି ବସ୍‌ ଡ୍ରାଇଭର ଗିରଫ। ଗତକାଲି ଭରତପୁର ପୋଲିସ ବରମୁଣ୍ଡା ବସ୍‌ ଷ୍ଟାଣ୍ଡରୁ ତାଙ୍କୁ ଧରି ଦିଗପହଣ୍ଡି ପୋଲିସ୍‌କୁ ହସ୍ତାନ୍ତର କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଓଏସ୍‌ଆରଟି ବସ୍‌ ଡ୍ରାଇଭରକୁ ଦିଗପହଣ୍ଡି ପୋଲିସ ଦୁର୍ଘଟଣା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିବା ପରେ ଆଜି ଗିରଫ କରିଛି। ସୂଚନେଯୋଗ୍ୟ ରବିବାର ବିଳମ୍ବିତ ରାତିରେ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଓଏସ୍‌ଆରଟି ବସ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ୮ଜଣ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button