ନଦୀକୁ ଡେଇଁ ୧୦ ଜଣଙ୍କ ଜୀବନ ବଞ୍ଚାଇଲେ ଦୁଇ ଆଦିବାସୀ ଯୁବକ

ରାୟଗଡା : ଦୁଇ ଆଦିବାସୀ ଯୁବକଙ୍କ ସାହସିକତା ପାଇଁ ୧୦ଜଣ ମହିଳାଙ୍କ ଜୀବନ ବଞ୍ଚିଗଲା। ରାୟଗଡା ଜିଲ୍ଲାରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ କାଶୀପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନୁଗୁଡା ଗ୍ରାମର ବିଦ୍ୟାଳୟରେ ଅବିଭାବକମାନଙ୍କର ଏକ କାର୍ଯ୍ୟକ୍ରମ ଥିଲା। ଏଥିରେ ଯୋଗଦେଇ ଜଣେ ଛୋଟ ପିଲା ଧରି ୧୦ ଜଣ ମହିଳା ଗ୍ରାମକୁ ଫେରୁଥିଲେ। ନଦୀ ପାରହେବା ବେଳେ ପ୍ରବଳ ପାଣି ଆସିବାରୁ ସେମାନେ ପ୍ରାୟ ଦୁଇଶହ ମିଟର ପର୍ଯ୍ୟନ୍ତ ଭାସିଯାଇଥିଲେ। ଆମକୁ ବଞ୍ଚାଓ ଚିତ୍କାର କରୁଥିବା ମହିଳାଙ୍କ ଡାକ ଦୁଇଜଣ ଗାଇଆଳ ପିଲାଙ୍କ କାନରେ ପଡିବାରୁ ସେମାନେ ନଈ ପାଖକୁ ଦୌଡ଼ି ଆସିଥିଲେ। ନଦୀରେ କିଛି ଲୋକ ଭାସିଯାଉଥିବା ଦେଖି ପାଣିକୁ ଡେଇଁପଡି ମହିଳାମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଗ୍ରାମବାସୀମାନେ ଆସି ସମସ୍ତଙ୍କୁ ନଦୀରୁ ଉଦ୍ଧାର କରିଥିଲେ।

ଏ ପିଲା ଦୂହିଁଙ୍କର ନାଁ ପ୍ରଦୀପ ମାଝି ଓ ନାବି ମାଝି। ସେମାନଙ୍କ କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି।ଭାସିଯାଇଥିବା ମହିଳାମାନେ ହେଲେ ତୁଳସି ମାଝି, କମଳା ମାଝି, ସାପାଇ ମାଝି, ବାନାଇ ମାଝି, ଲିମ୍ବାଇ ମାଝି, ସାଳ ମାଝୀ, ଚୁମକି ମାଝି, ଜଗୀତା ମାଝୀ ଓ ଖଗପତି ମାଝି।

Leave a Reply

Your email address will not be published. Required fields are marked *

Back to top button