ପାଲେଷ୍ଟାଇନ ପାଇଁ ଚିନ୍ତିତ ଲୋକେ ନିଜ ଦେଶର ସଂଖ୍ୟାଲଘୁଙ୍କ କଥା ଚିନ୍ତା କରନ୍ତୁ : ତସଲିମା

ନୂଆଦିଲ୍ଲୀ : ହମାସ ଓ ପାଲେଷ୍ଟାଇନ୍‌ ଯୁଦ୍ଧ ଭିତରେ ପ୍ରତିଷ୍ଠିତ ବାଂଲାଦେଶୀ ଲେଖିକା ତସଲିମା ନସରିନ୍ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ପାଲେଷ୍ଟାଇନ ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ଯେଉଁମାନେ ଚିନ୍ତିତ ସେମାନେ ନିଜ ଦେଶରେ ସଂଖ୍ୟାଲଘୁଙ୍କ ଅବସ୍ଥାକୁ ସମାନ ଭାବରେ ଚିନ୍ତା କରିବା ଉଚିତ୍।

ଖବର ଅନୁଯାୟୀ ଏକ ସାକ୍ଷାତ୍‌କାରରେ ତସ୍‌ଲିମା କହିଛନ୍ତି ମୁଁ ଶୁଣୁଛି ମୋର ସାଥୀ ବାଂଲାଦେଶୀ ନାଗରିକମାନେ ପାଲେଷ୍ଟାଇନ ନାଗରିକଙ୍କ ଉପରେ ହୋଇଥିବା ଅତ୍ୟାଚାକୁ ନେଇ କ୍ରୋଧିତ।ସେମାନଙ୍କ ମଧ୍ୟରୁ କିଛି ସହଯୋଗ ପାଇଁ ପାଲେଷ୍ଟାଇନ ଯିବାକୁ ଚାହୁଁଛନ୍ତି। ମୁଁ ବ୍ୟକ୍ତିଗତ ଭାବରେ ଇସ୍ରାଏଲ୍ ଓ ପାଲେଷ୍ଟାଇନ ଲୋକଙ୍କ ସମେତ ଦୁନିଆର ଯେକୌଣସି ବ୍ୟକ୍ତିଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନିନ୍ଦା କରେ। କିନ୍ତୁ ମୁଁ କହିବାକୁ ଚାହେଁ ଯଦି ମୋ ଦେଶବାସୀ ପାଲେଷ୍ଟାଇନରେ ଅତ୍ୟାଚାର ଓ ଆକ୍ରମଣ ପାଇଁ ଶରଣାର୍ଥୀଙ୍କ ସଂଖ୍ୟାକୁ ନେଇ ଚିନ୍ତିତ। ତେବେ ଆଜି ମଧ୍ୟ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ହୁଏ। ସେମାନଙ୍କ ମଧ୍ୟରୁ ଅନେକ ଦେଶ ଛାଡି ଅନ୍ୟତ୍ର ଶରଣାର୍ଥୀ ହେବାକୁ ବାଧ୍ୟ ହୁଅନ୍ତି। ସେତେବେଳେ ସେମାନଙ୍କର ବିବେକ ବାଧା ଦେବା ଉଚିତ୍।”

ତସଲିମା କହିଛନ୍ତି ମୋ ମାତୃଭୂମିରେ ଚମତ୍କାର ଆର୍ଥିକ ବିକାଶ ସତ୍ତ୍ୱେ ବାଂଲାଦେଶରେ ଚରମପନ୍ଥୀ ମାନସିକତା ବୃଦ୍ଧି ପାଇବାରେ ଲାଗିଛି। ଲିଙ୍ଗଗତ ଅସନ୍ତୁଳନ ନିୟମିତ ଏକ କାରଣ ହୋଇଥିବା ବେଳେ ସାମ୍ପ୍ରଦାୟିକ ସଂଗଠନର ଲୋକଙ୍କୁ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ସ୍ଥାନ ଦିଆଯାଉଛି।

Leave a Reply

Your email address will not be published. Required fields are marked *

Back to top button