ନୃତ୍ୟ ଗୁରୁଙ୍କ ନୃଶଂସ କାଣ୍ଡ

ନୂଆଦିଲ୍ଲୀ : ରାଜସ୍ଥାନର ବାରାଁରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । କୋତବାଲି ଥାନା ଅଞ୍ଚଳ ନିବାସୀ ୧୩ ବର୍ଷିୟା ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେବା ଖବର ଏବେ ଚର୍ଚ୍ଚାରେ ।

ଭୟରେ ନାବାଳିକା ଜଣଙ୍କ ଅନେକ ଦିନ ଧରି ଏହି ବିଷୟରେ ପରିବାର  ଲୋକଙ୍କୁ କହୁ ନଥିଲେ । ଡାକ୍ତରଙ୍କୁ ଦେଖାଇବା ପରେ ଘଟଣା ପଛର ସତ ଜଣାପଡ଼ିଥିଲା । ମହିଳା ଥାନା ପୁଲିସ୍‌ ପୀଡ଼ିତାଙ୍କର ଅଭିଯୋଗ ଆଧାରରେ ଅଭିଯୁକ୍ତ ନାଁ ଦୁଷ୍କର୍ମ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରି ଦେଇଛି । ପୁଲିସ୍‌ ଅଧିକ୍ଷକ ବିନିତ ବଂଶଲଙ୍କ ମୁତାବିକ୍‌, କୋତବାଲି ଅଞ୍ଚଳରେ ଜଣେ ମହିଳା ରିପୋର୍ଟରେ ଦର୍ଶାଇ ଥିଲେ କି ତାଙ୍କ ର ୧୩ ବର୍ଷିୟା ଝିଅର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ପ୍ରାଥମିକ ପରୀକ୍ଷା କରିବା ପରେ ନାହାଳିକା  ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହାପରେ ପରିବାର ଲୋକ ପୀଡ଼ିତାଙ୍କୁ ପଚରାପଚରି କରିଥିଲେ ।

 ନାବାଳିକା କହିଥିଲେ କି ସେ ସହରରେ ଥିବା ଡ୍ୟାନ୍ସ ଶିକ୍ଷକ ଧର୍ମେନ୍ଦ୍ର କୁଶୱାହାଙ୍କ ପାଖକୁ ନୃତ୍ୟ ଶିଖିବାକୁ ଯାଉଥିଲେ। କିଛି ମାସ ପୂର୍ବେ ସେ ଡ଼ରେଇ ଧମକାଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ଆଉ ଏକଥା କାହାକୁ କହିଲେ ଜୀବନରେ ମାରି ଦେବାର ଧମକ ଦେଇଥିଲେ । ଏହା ପରେ ସେ ନାବାଳିକାଙ୍କୁ ଅନେକ ଧର ଦୁଷ୍କର୍ମ କରିଥିଲେ । ଭୟରେ ନାବାଳିକା କାହାକୁ ଏକଥା କହିନଥିଲେ । ପୁଲିସ୍ ନାବାଳିକାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଅଭିଯୁକ୍ତ ଡ୍ୟାନ୍ସ ଶିକ୍ଷକଙ୍କୁ ଗିରଫ କରିଛି ।  

Leave a Reply

Your email address will not be published. Required fields are marked *

Back to top button