ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଭିଜିଲାନ୍ସ ଜାଲରେ ଫସିଛନ୍ତି। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରି ଗିରଫ କରିଛି ବଲାଙ୍ଗିର ଭିଜିଲାନ୍ସ ଟିମ।

ଖବର ଅନୁଯାୟୀ ପିଓଏସ୍ ମେସିନ୍ ପାଇଁ ଲୋଇସିଙ୍ଘା ବ୍ଲକ୍ ପଣକିଡାଲର ଦୁର୍ଯ୍ୟୋଧନ ବାରିକଙ୍କଠାରୁ ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଟଙ୍କା ନେଉଥିଲେ। ଭିଜିଲାନ୍ସ ତାଙ୍କୁ ଧରିବା ପରେ ଅଧିକ ଖୋଳତାଡ ଜାରି ରଖିଛି। ତଦନ୍ତ ସରିବା ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ।

Leave a Reply

Your email address will not be published.

Back to top button