କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ମାଗଣାରେ ଲାପଟପ୍ ଓ ମୋବାଇଲ ଫୋନ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଧିନରେ କାମ କରୁଥିବା କେନ୍ଦ୍ରୀୟ କର୍ମଚାରୀ ପାଇଁ ସରକାର ମାଗଣାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋବାଇଲ ଓ ଲାପଟପ ଯୋଗାଇ ଦିଆଯିବ। ଏହି ମୋବାଇଲ ଓ ଲାପଟପକୁ ସେମାନେ ୪ ବର୍ଷ ପରେ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିପାରିବେ ବୋଲି କୁହାଯାଇଛି।

ଖବର ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ବିଜ୍ଞାପନ ଅନୁସାରେ ଯେଉଁ ଅଧିକାରୀମାନଙ୍କୁ ଏହି ସୁବିଧା ମିଳିବ ସେହି ଅଧିକାରୀମାନେ କାର୍ଯ୍ୟ ପାଇଁ ୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଲାପଟପ୍, ମୋବାଇଲ, ଟାବଲେଟ, ଫେବଲେଟ, ନୋଟବୁକ, ନୋଟପ୍ୟାଡ, ଅଲଟ୍ରା ବୁକ୍, ନେଟ-ବୁକ ଓ ଅନ୍ୟ ଉପକରଣ ନେଇ ପାରିବେ।

କେନ୍ଦ୍ର ସରକାରଙ୍କ ଉପ-ସଚିବ ଓ ତା’ଠାରୁ ଉପର ପଦରେ ଥିବା ସମସ୍ତ ଅଧିକାରୀଙ୍କୁ ଏହି ସୁବିଧା ମିଳିବ। ସେକ୍ସନ ଅଫିସର, ଅଣ୍ଡର ସେକ୍ରେଟାରୀଙ୍କ କ୍ଷେତ୍ରରେ ୫୦ ପ୍ରତିଶତ ଅଧିକାରୀଙ୍କୁ ଏଭଳି ଉପକରଣ ମାଗଣାରେ ଦିଆଯିବ। ଏହି ଉପକରଣର ମୁଲ୍ୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେଲେ ଏଥିରେ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ୪୦ ପ୍ରତିଶତରୁ ଅଧିକ ମେକ୍ ଇନ୍ ଇଣ୍ଡିଆ ଟେକ୍ନୋଲୋଜୀ ବ୍ୟବହାର ହୋଇଥିବା ଉପକରଣ ପାଇଁ ଧାର୍ଯ୍ୟ ସୀମା ୧.୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଯେଉଁ ଅଧିକାରୀଙ୍କୁ ପୂର୍ବରୁ ଏସବୁ ଉପକରଣ ମିଳିସାରିଛି ସେମାନଙ୍କୁ ୪ ବର୍ଷ ପର୍ଯ୍ୟନ୍ତ ନୂଆ ଉପକରଣ ମିଳିବ ନାହିଁ। ହେଲେ ଅଧିକାରୀମାନେ ପାଇଥିବା ଉପକରଣକୁ ୪ ବର୍ଷ ପରେ ବ୍ୟକ୍ତିଗତ କାମରେ ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *

Back to top button