ସୀମାଙ୍କ ନକଲି ପ୍ରମାଣପତ୍ର ତିଆରିକରିଥିବା ୨ ଅଭିଯୁକ୍ତ ଗିରଫ

ନୋଇଡ଼ା : ପ୍ରେମିକ ସଚିନଙ୍କ ପାଇଁ ଭାରତ ଆସିଥିବା ପାକିସ୍ତାନୀ ମହିଳା ସୀମା ହାଇଆଦରଙ୍କୁ ନେଇ ଚାଲିଛି ଜୋରଦାର ତଦନ୍ତ। ଏହି ଘଟଣାର ନୋଇଡ଼ା ପୋଲିସ୍‌ ଦୁଇଜଣ ଭାରତୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ସୀମା ଓ ସଚିନଙ୍କ ବିବାହ ପାଇଁ ନକଲି ପ୍ରମାଣପତ୍ର କରାଇବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଦୁଇ ଅଭିଯୁକ୍ତ ‌ହେଲେ ୟୁପିର ବୁଲନ୍ଦସର୍‌ର ପୁଷ୍ପେନ୍ଦ୍ର ଓ ପୱନ। ପୋଲିସ୍‌ ଦୁଇଜଣଙ୍କୁ ଗିରଫ କରିବ ସହିତ ସେମାନଙ୍କ ନିକଟରୁ ୧୫ଟି ନକଲି ଆଧାରକାର୍ଡ ଜବତ କରିଛି। ପୁଷ୍ପେନ୍ଦ୍ର ଓ ପୱନ ଉତ୍ତରପ୍ରଦେଶର ବୁଲନ୍ଦସରର ଅହମଦାଗଡ଼ରେ ଥିବା ଜନସେବା କେନ୍ଦ୍ର ଚଳାଉଥିଲେ। ସୀମା ଗ୍ରେଟର୍‌ ନୋଇଡ଼ାରେ ପହଞ୍ଚିବା ପରେ ସଚିନଙ୍କ ସହ ମିଶି ଦୁହେଁ ବିବାହ କରିବାକୁ ବୁଲନ୍ଦସର୍‌ ଯାଇଥିଲେ। ସେଠାରେ ଥିବା ଏହି ଜନସେବା କେନ୍ଦ୍ରରେ ଦୁହିଁଙ୍କ ବିବାହ ପାଇଁ ଆବଶ୍ୟକ ନକଲି ପ୍ରମାଣପତ୍ର ପାଇଁ ସାହାଯ୍ୟ ଲୋଡିବାରୁ ପୁ‌ଷ୍ପେନ୍ଦ୍ର ଓ ପୱନ ପ୍ରମାଣପତ୍ର ଯୋଗାଇଥିଲେ।

Leave a Reply

Your email address will not be published. Required fields are marked *

Back to top button