ଶିଳ୍ପା ଓ ରାଜଙ୍କ ବିରୋଧରେ ଶେର୍ଲିନଙ୍କ ଅଭିଯୋଗ

ମୁମ୍ବାଇ : ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନିକଟରେ ଜାମିନ ମିଳିଥିଲା। କିନ୍ତୁ ଏବେ ତାଙ୍କ ପାଇଁ ପୁଣି ଅଡୁଆ ବଢିଛି। ଶିଳ୍ପା ଓ ରାଜଙ୍କ ବିରୋଧରେ କାମ ପାଇଁ ଟଙ୍କା ନ ଦେଇଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ତଥା ମଡେଲ ଶେର୍ଲିନ୍ ଚୋପ୍ରା।

ଖବର ଅନୁଯାୟୀ ଶେର୍ଲିନ୍ ତାଙ୍କ ଓକିଲଙ୍କ ସହିତ ମୁମ୍ବାଇର ଜୁହୁ ପୋଲିସ ଷ୍ଟେସନରେ ପହଞ୍ଚି ରାଜଙ୍କ ବିରୋଧରେ ଅନେକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ରିଲିଜ୍ କରି ଶେର୍ଲିନ୍ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଆଜି ମୁଁ ରାଜ କୁନ୍ଦ୍ରା ଓ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାକୁ ମୋର ଆଇନ ଟିମ ସହିତ ଜୁହୁ ପୋଲିସ ଷ୍ଟେସନକୁ ଯାଇଥିଲି। ଭିଡିଓରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ସେ କହିଛନ୍ତି- ତୁମେ କାହିଁକି ଝିଅମାନଙ୍କୁ ଠକୁଛ ? ତୁମେ କାହିଁକି ସେମାନଙ୍କୁ ଟୋପି ପିନ୍ଧାଉଛ ? ଏହା ନାତିକ ବ୍ୟବସାୟ କି ? ଯଦି ଆପଣ ଜଣେ ବ୍ୟବସାୟୀ ହେବାକୁ ଚାହାଁନ୍ତି ତେବେ ବ୍ୟବସାୟ କିପରି କରିବେ ଟାଟା ଠାରୁ ଶିଖନ୍ତୁ। ସେମାନେ କରିଥିବା ପ୍ରତିଜ୍ଞା ପାଳନ କରନ୍ତି। ତୁମେ କଣ କର ?

ସେ ଆହୁରି କହିଛନ୍ତି ମୁଁ ଆଜି ଭୟ କରିବି ନାହିଁ। ଦୁର୍ଗା ମା’ଙ୍କ ଆଶୀର୍ବାଦ ନେଇ ଆସିଛି। ନା ତୁମକୁ ଡରିବି ନା ତୁମ ପାୱରକୁ। ତୁମେ କହିଥିଲ ତୁମ ମୁଣ୍ଡ ଉପରେ ବିଗ୍ ବସର ହାତ ଅଛି। ଯେପର୍ଯ୍ୟନ୍ତ ଏହି ହାତ ଅଛି, ତୁମର କେହି କିଛି କରିପାରିବେନି। ଏବେ ମୁଁ ଡରି ଡରି ବଞ୍ଚି ପାରିବି ନାହିଁ।

Leave a Reply

Your email address will not be published. Required fields are marked *

Back to top button