ବିଜେପି ଜିଲ୍ଲା ସଭାପତିଙ୍କ ନାଁରେ ଠକେଇ ଅଭିଯୋଗ

ଝାରସୁଗୁଡ଼ା : ପୁଅକୁ ଚାକିରି କରାଇଦେବାକୁ କହି ବିଜେପି ସଭାପତି ମଙ୍ଗଲ ସାହୁ ଟିଟିଲାଗଡ଼ର ଅନିତା ହେମ୍ବ୍ରମଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ଝାରସୁଗୁଡ଼ା ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଝାରସୁଗୁଡ଼ା ଏସ୍‌ଡିପିଓ ନିର୍ମଳ ଚନ୍ଦ୍ର ମହାପାତ୍ରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ଖବର ଅନୁଯାୟୀ ମହିଳାଙ୍କ ବାପ ଘର ବ୍ରଜରାଜନଗର ସହରରେ। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡରେ ଶ୍ୱଶୁରଙ୍କ ଘର। ତାଙ୍କ ପୁଅକୁ ଚାକିରି କରାଇ ଦେବାକୁ ବିଜେପି ସଭାପତି ଶ୍ରୀ ସାହୁ ୨୦୧୯ ମାର୍ଚ୍ଚରେ ଦେଢ଼ ଲକ୍ଷ ଟଙ୍କା ନେଇଥିଲେ। ଇତି ମଧ୍ୟରେ ଦୁଇବର୍ଷ ବିତିଯାଇଥିଲେ ହେଁ ଚାକିରି କରାଇ ପାରିଲେନି। ମହିଳାଜଣକ ଟଙ୍କା ଫେରସ୍ତ ପାଇଁ କହିବାରୁ ସେ ସମୟ ଗଡ଼ାଇ ଚାଲୁଥିଲେ। ଶେଷରେ ମହିଳା ଜଣକ ବାଧ୍ୟ ହୋଇ ଝାରସୁଗୁଡ଼ା ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଶ୍ରୀ ସାହୁ ଅଭିଯୋଗକୁ ଅସ୍ୱୀକାର କରିବା ସହିତ ତାଙ୍କୁ ବଦନାମ କରିବା ପାଇଁ ବିରୋଧୀଙ୍କର ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତେବେ ତଦନ୍ତ ପରେ ସତ କ’ଣ ଜଣାପଡିବ। ହେଲେ ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button