ୟୁକ୍ରେନ୍ ଉପରେ ଋଷର ମିସାଇଲ୍ ମାଡ : ୨ମୃତ, ୩୦ରୁ ଉର୍ଦ୍ଧ୍ଵ ଆହତ

ନୂଆଦିଲ୍ଲୀ : ଋଷର ଭୟଙ୍କର ଆକ୍ରମଣ। ପୂର୍ବାଞ୍ଚଳ ୟୁକ୍ରେନ୍‌ ସହର ନିପ୍ରୋରେ ଥିବା ଏକ କ୍ଲିନିକ୍‌ରେ କ୍ଷେପଣାସ୍ତ୍ର ପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର କ୍ଷେପଣାସ୍ତ୍ର ପଡ଼ିବା ବେଳେ କ୍ଲିନିକ୍‌ ପାଖ ଦେଇ ଯାଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କ୍ଲିନିକ୍‌ର ଭଙ୍ଗାରୁଜା ଅଂଶ ଭିତରୁ ଆଉ ଜଣଙ୍କର ଶବ ଉଦ୍ଧାର ହୋଇଛି। ଏହାଛଡ଼ା ୨ଜଣ ପିଲାଙ୍କ ସମେତ ୩୦ଜଣ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ସମୟରେ କ୍ଲିନିକ୍‌ ଭିତରେ ଥିବା ୩ଜଣ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇପାରି ନଥିବା କହିଛନ୍ତି ଆଞ୍ଚଳିକ ଗଭର୍ଣ୍ଣର୍‌ ସେର୍‌ହି ଲିସାକ୍‌।

କ୍ଲିନିକ୍‌ ଉପରେ ଆକ୍ରମଣକୁ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନସ୍କି ମାନବତା ପ୍ରତି ଅପରାଧ ବୋଲି କହିଛନ୍ତି। କ୍ଷେପଣାସ୍ତ୍ର ଆକ୍ରମଣରେ ଗୋଟାଏ ମାନସିକ ରୋଗ ଚିକିତ୍ସାଳୟ (କ୍ଲିନିକ୍‌) ଓ ପ୍ରାଣୀ ଚିକିତ୍ସାଳୟ କ୍ଷତିଗ୍ରସ୍ତ ହୋଇଛି। ସେ କହିଛନ୍ତି ଗୋଟାଏ ଦୁଷ୍ଟ ରାଷ୍ଟ୍ର ହିଁ କ୍ଲିନିକ୍‌ ଉପରେ ଆକ୍ରମଣ କରିପାରେ। ଏହି ଆକ୍ରମଣରେ କୌଣସି ସାମରିକ ଉଦ୍ଦେଶ୍ୟ ନାହିଁ, ଅଛି ରୁଷ୍‌ର ଆତଙ୍କ। ଅନ୍ୟପକ୍ଷରେ
ଗତ ରାତିରେ ନିପ୍ରୋ, କିବ୍‌ ଓ ପୂର୍ବାଞ୍ଚଳର ଅନ୍ୟାନ୍ୟ ପ୍ରାନ୍ତରେ ରୁଷ୍‌ ଛାଡ଼ିଥିବା ୧୦ଟି କ୍ଷେପଣାସ୍ତ୍ର ଓ ୨୦ରୁ ଅଧିକ ଡ୍ରୋନ୍‌କୁ ଗୁଳି ମାରି ଖସାଇ ଦେଇଥିବା ୟୁକ୍ରେନ୍‌ କହିଛି।

Leave a Reply

Your email address will not be published. Required fields are marked *

Back to top button