ଖଲିସ୍ତାନୀ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଞ୍ଜୱାର ମୃତ

ନୂଆଦିଲ୍ଲୀ : ଭାରତର ମୋଷ୍ଟ ୱାଂଟେଡ଼ ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ମୁଖ୍ୟ ପରମଜିତ ସିଂ ପଂଜୱାର ନିହତ। ପାକିସ୍ତାନର ଲାହୋରସ୍ଥିତ ଜୋହର ଟାଉନଠାରେ ଦୁଇ ଅଜ୍ଞାତ ବ୍ୟକ୍ତି ତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି।

ଖବର ଅନୁଯାୟୀ ଖଲିସ୍ତାନୀ କମାଣ୍ଡୋ ମୁଖ୍ୟ ପରମଜିତଙ୍କ ପାଖରେ ଜଣେ ସୁରକ୍ଷାକର୍ମୀ। ବାଇକରେ ଆସିଥିବା ଦୁଇଜଣ ସକାଳ ୬ଟା ସମୟରେ ତାଙ୍କୁ ଗୁଳିକରି ପଳାଇଥିଲେ। ଗୁଳିମାଡରେ ପରମଜିତଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରମଜିତ ପଂଜାବରେ ଡ୍ରୋନ ମାଧ୍ୟମରେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର କାରବାରରେ ସାମିଲ ଥଲା। ପାକିସ୍ତାନରେ ରହିଥିଲେ ହେଁ ନାମ ବଦଳାଇ ଖଲିସ୍ତାନୀ ଆନ୍ଦୋଳନ ପାଇଁ କାମ କରୁଥଲା ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button