ପ୍ରଶ୍ନପତ୍ରରେ ବିକୃତ ଓଡ଼ିଆ : ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ

ଭୁବନେଶ୍ୱର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ଦ୍ଵାରା ଗତକାଲି ହୋଇଥିବା ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ। ପ୍ରଶ୍ନପତ୍ରରେ ବିକୃତ ଓଡ଼ିଆ ଲେଖାଥିବାରୁ ଏପରି ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଆକାଉଣ୍ଟାଣ୍ଟ ପରୀକ୍ଷାରେ ପ୍ରଶ୍ନପତ୍ର ଓଡିଆରେ ଆସିଥିଲା ହେଁ ଏଥିରେ ଅତ୍ୟନ୍ତ ବିକୃତ ହୋଇ ଛପାଯାଇଥିଲା। ଯାହାଫଳରେ ପ୍ରଶ୍ନଗୁଡ଼ିକର ଭାଷା ଓଡ଼ିଆ କିମ୍ବା ଅନ୍ୟ କିଛି ତାହା ପରୀକ୍ଷାର୍ଥୀ ବୁଝିପାରି‌ ନ ଥିଲେ। ପ୍ରଶ୍ନପତ୍ରର ଶବ୍ଦଗୁଡ଼ିକ ଠିକ୍‌ ନ ଥିଲା। ବାକ୍ୟ ବୁଝିବାକୁ ପରୀକ୍ଷାର୍ଥୀଙ୍କୁ ଅଡୁଆ ହୋଇଥିଲା। କେଉଁଠି ‘ପାଖରେ’ ବଦଳରେ ‘ପାଖର’ ଲେଖାଯାଇଥିଲା ତ ଆଉ କେଉଁଠି ଟଙ୍କା’ ବଦଳରେ ‘ଟଙ୍‌କାର’। ପରୀକ୍ଷାର୍ଥୀମାନେ ଏନେଇ ପରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମାଧାନ ହୋଇପାରି ନଥିଲା।

ସେମାନେ ଉପରିସ୍ଥ ଅଧିକାରୀମାନଙ୍କୁ ଏବିଷୟରେ ଜଣାଯିବ କହି ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ। ଯାହାକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକଙ୍କ ସମେତ ଶିକ୍ଷାବିତ୍‌ମାନେ ଉଠାଇଥିଲେ ପ୍ରଶ୍ନ। ଏସବୁ ପରେ ଓଏସଏସସି ପକ୍ଷରୁ କୁହାଯାଇଛି ପରୀକ୍ଷା ବାତିଲ ହୋଇଛି। ପୁଣିଥରେ ପରୀକ୍ଷା କରାଯିବା ସହିତ ଖୁବ ଶୀଘ୍ର ତାରିଖ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Back to top button