ପ୍ରକାଶ ପାଇଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ଵର : ଯୁକ୍ତ-୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଇଛନ୍ତି।

ଏହି ତାଲିକା ଅନୁଯାୟୀ କଳାରେ ୪୯ ହଜାର ୭୦ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସେହିପରି ବାଣିଜ୍ୟରେ ୩ ହଜାର ୧୮୨ ଜଣ ଓ ବିଜ୍ଞାନରେ ୧୬ ହଜାର ୯୨୭ ଜଣ ଛାତ୍ରଛାତ୍ରୀଙ୍କ ନାଁ ରହିଛି। ତେଣୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆସନ୍ତା କାଲିଠାରୁ ୨୨ ତାରିଖ ଯାଏଁ ଚାଲିବ। ବଳକା ସିଟ୍ ପାଇଁ ସ୍ପଟ ସିଲେକ୍ସନ କରାଯିବ। ଆସନ୍ତା ୨୭ ତାରିଖରେ ତାଲିକା ପ୍ରକାଶ ପାଇବ। ୨୯ ତାରିଖରୁ ୩୧ ତାରିଖ ଯାଏଁ ସ୍ପଟ ସିଲେକ୍ସନର ନାମଲେଖା ହେବ।

Leave a Reply

Your email address will not be published. Required fields are marked *

Back to top button