ପ୍ରଧାନମନ୍ତ୍ରୀ ପଦ ପାଇଁ ମମତାଙ୍କ ନାଁ ଆଗକୁ ବଢାଇଲା ଟିଏମସି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ପଦ ପାଇଁ କଂଗ୍ରେସ ଆଗ୍ରହୀ ନୁହେଁ ବୋଲି ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ବିରୋଧୀଙ୍କ ବୈଠକରେ କହିଥିଲେ। ଏବେ ତୃଣମୂଳ କଂଗ୍ରେସ ସାଂସଦ ଶତାବ୍ଦୀ ରାୟ କହିଛନ୍ତି ଯଦି କଂଗ୍ରେସ ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ ତେବେ ମମତା ବାର୍ନାଜୀ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା ହେବା ଉଚିତ୍।

ଖବର ଅନୁଯାୟୀ ଶତାବ୍ଦୀ କହିଛନ୍ତି ଆମେ ଚାହୁଁଛୁ ଆମ ନେତା ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ପହଞ୍ଚନ୍ତୁ। ଏଥିପାଇଁ ଆମର ଆଗାମୀ ପଦକ୍ଷେପ କିଛି ଭିନ୍ନ ହେବାକୁ ଯାଉଛି। ସ୍ୱପ୍ନ ଦେଖିବା ଓ ବଡ ଇଚ୍ଛା ରଖିବାରେ କୌଣସି ସମସ୍ୟା ନାହିଁ। ଏହାପୂର୍ବରୁ କଂଗ୍ରେସ ସଭାପତି ବିରୋଧୀ ଦଳ ବୈଠକରେ କହିଥିଲେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ନୁହେଁ। ଆମେ ଜାଣିଛୁ ସମସ୍ତ ଦଳ ମଧ୍ୟରେ ମତଭେଦ ରହିଛି। କିନ୍ତୁ ଏହା ଏତେ ବଡ ପ୍ରସଙ୍ଗ ନୁହେଁ ଯାହାକୁ ଏଡାଇ ଯାଇ ହେବନି। ସାଧାରଣ ଲୋକ, ମହଙ୍ଗା ମାଡରେ ହନ୍ତସନ୍ତ ହେଉଥିବା ମଧ୍ୟବିତ୍ତ, ବେକାରୀ ସମସ୍ୟାରେ ଯୁଝି ହେଉଥିବା ଯୁବକ ଓ ଗରିବଙ୍କ ପାଇଁ ଏଭଳି ମତଭେଦକୁ ପଛରେ ଛାଡିପାରିବୁ।

Leave a Reply

Your email address will not be published. Required fields are marked *

Back to top button