ଦଳଛାଡିଲେ ବିଜେପି ବିଧାୟକ : ଟିଏମସିରେ ମିଶିବେ

କୋଲକାତା : ପଶ୍ଚିମବଙ୍ଗରେ ବିଜେପି ଭାଙ୍ଗୁଛି। ଜଣକ ପରେ ଜଣେ ବିଜେପି ନେତା ଦଳ ଛାଡ଼ି ଟିଏମସିରେ ସାମିଲ ହେଉଛନ୍ତି। ଶୁକ୍ରବାର ଏହି ରାସ୍ତାରେ ରାଇଗଞ୍ଜ ବିଧାୟକ କ୍ରିଷ୍ଣା କଲ୍ୟାଣୀ ଯିବେ ବୋଲି ସଂକେତ ମିଳିଛି।

ଖବର ଅନୁଯାୟୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଦେବଶ୍ରୀ ଚୌଧୁରୀ ତାଙ୍କ ନିର୍ବାଚନ ମଣ୍ଡଳୀରେ ବାରମ୍ବାର ହସ୍ତକ୍ଷେପ କରୁଥିବାରୁ ସାଧାରଣ ଲୋକଙ୍କ ପାଇଁ କାମ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଗୁରୁବାର ସେ ସାଂସଦ ଚୌଧୁରୀଙ୍କୁ ଟାର୍ଗେଟ କରିଥିବାରୁ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲେ। ନୋଟିସ ପାଇବା ମାତ୍ରେ ଆଜି ସେ ଦଳ ଛାଡ଼ିଛନ୍ତି।

ସାମ୍ବାଦିକମାନଙ୍କୁ କ୍ରିଷ୍ଣା କଲ୍ୟାଣୀ କହିଛନ୍ତି ରାଇଗଞ୍ଜ ସାଂସଦ ଶ୍ରୀମତୀ ଚୌଧୁରୀ ମୋ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ମୋତେ କହୁଛନ୍ତି ଗର୍ଦ୍ଦାର। ନିଜର ବ୍ୟକ୍ତିଗତ ଏଜେଣ୍ଡାକୁ ପୂରଣ କରିବା ପାଇଁ ମୋତେ ହରାଇବାକୁ ସେ ପ୍ରଚାର କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଁ ବିଜେପି କ୍ୟାମ୍ପରୁ ନିଜକୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇ ତତ୍କାଳ ଭାବେ କାର୍ଯ୍ୟ କରୁଛି। ଆଉ ସ୍ପଷ୍ଟ କରିଛନ୍ତି
ବିଜେପି ଛାଡ଼ିଥିଲେ ମଧ୍ୟ ଟିଏମସିରେ ଯୋଗଦେବେ ନାହିଁ। ମୁଁ ସବୁବେଳେ ସାଧାରଣ ଲୋକଙ୍କ ପାଇଁ କାମ କରିବାକୁ ଚାହେଁ। ହେଲେ ବିଜେପି କ୍ୟାମ୍ପରେ ରହିଲେ ଏହା ଅସମ୍ଭବ। କାରଣ ଏଠାରେ ଚୌଧୁରୀ ହିଁ ପୂରା ସଂଗଠନକୁ ଚଳାଉଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଇତିମଧ୍ୟରେ ଏକାଧିକ ବିଜେପି ବିଧାୟକ ଓ ନେତାମାନେ ଦଳ ଛାଡ଼ି ଟିଏମସିରେ ମିଶିବାରେ ଲାଗିଛନ୍ତି। ପୂର୍ବରୁ ବିଧାୟକ ମୁକୁଲ ରୟ ଟିଏମସିରେ ମିଶିଥିବା ବେଳେ କିଛିଦିନ ତଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିଏମସିରେ ମିଶିଛନ୍ତି।

Leave a Reply

Your email address will not be published. Required fields are marked *

Back to top button