ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଭାବେ ପୁନଃନିଯୁକ୍ତି

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଭାବେ ଶକ୍ତିକାନ୍ତ ଦାସଙ୍କୁ ଆଉ ୩ ବର୍ଷ ପାଇଁ ପୁନଃନିଯୁକ୍ତି ମିଳିଛି। ଆଗାମୀ ଡିସେମ୍ବର ୧୦ ତାରିଖ ଠାରୁ ଏହା ଲାଗୁ ହେବ।

ପ୍ରକାଶିତ ବିବୃତ୍ତି ଅନୁଯାୟୀ ୧୦. ୧୨. ୨୦୨୧ ପରଠାରୁ ୩ ବର୍ଷ ସମୟ ଅବଧି କିଂବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଭାବେ ଶକ୍ତିକାନ୍ତ ଦାସଙ୍କ ପୁନଃନିଯୁକ୍ତିକୁ ଗୁରୁବାର କ୍ୟାବିନେଟ୍‌ର ‘ଆପଏଣ୍ଟ୍‌ମେଣ୍ଟ୍‌ସ୍‌ କମିଟି’ ଅନୁମୋଦନ କରିଛି। ପୂର୍ବରୁ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାରରର ସଚିବ ଥିବା ଦାସ ୨୦୧୮ ଡିସେମ୍ବର ୧୧ରୁ କେନ୍ଦ୍ରୀୟ ବ୍ୟାଙ୍କ୍‌ର (ରିଜର୍ଭ ବ୍ୟାଙ୍କ୍‌) ମୁଖ୍ୟ ଭାବେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ।

Leave a Reply

Your email address will not be published. Required fields are marked *

Back to top button