ସାମାଜିକ ସକ୍ରିୟ ରହୁନଥିବା ବ୍ୟକ୍ତି ଶୀଘ୍ର ବୁଢ଼ା ହୋଇଯାନ୍ତି

ନୂଆଦିଲ୍ଲୀ : ସାମାଜିକ ଭାବେ ସକ୍ରିୟ ନଥିବା ବା ସୋସିଆଲ ଇନାକ୍ଟିଭ ଲୋକମାନଙ୍କୁ ଖୁବ୍ ଶୀଘ୍ର ବାର୍ଦ୍ଧକ୍ୟ ଗ୍ରାସକରେ। ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ଏନଭାରନମେଣ୍ଟାଲ ରିସର୍ଚ୍ଚ ଏଣ୍ଡ ପବ୍ଲିକ୍‌ ହେଲଥ୍‌ରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି।

ଖବର ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡର ଡୁନେଡଇନ୍ ମଲ୍ଟି ଡିସିପ୍ଲିନାରୀ ହେଲଥ ଏଣ୍ଡ ଡେଭଲପମେଣ୍ଟ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି। ଏକାକୀ ରହିବାର ଅଭ୍ୟାସ, ଆଶା ହରାଇଥିବା ଅଥବା ଖୁସିରେ ରହୁନଥିବା ଲୋକଙ୍କ ବୟସ ଖୁବ୍ ଶୀଘ୍ର ବଢିବାକୁ ଲାଗେ। ସେଥି ପାଇଁ ସେମାନେ ବାସ୍ତବ ବୟସରୁ ଅଧିକ ବୟଷ୍କ ଲାଗନ୍ତି। ଏପରି ଲୋକଙ୍କ ଲାଗି ଷ୍ଟ୍ରେସ୍ ଓ ଏଙ୍ଗଜାଇଟିରେ ରହିବା ମଧ୍ୟ ବିପଦଜନକ ହୋଇଥାଏ।

କେବଳ ସେତିକି ନୁହେଁ ଏସବୁ ସେମାନଙ୍କ ତ୍ୱଚା ଉପରେ ପ୍ରଭାବ ପକାଊଥିବାରୁ ବୟସ ବଢିବା ପ୍ରକ୍ରିୟା ତୀବ୍ର ହୋଇଥାଏ। ଏହି ଅଧ୍ୟୟନ ୪୫ ବର୍ଷ ବୟସ୍କ ଲୋକଙ୍କ ଉପରେ କରାଯାଇଥିଲା। ଆଉ ଦେଖାଯାଇଛି ଏପରି ଲୋକେ ସେମାନଙ୍କ ବାସ୍ତବ ବୟସଠାରୁ ଅଧିକ ବୟସ୍କ ଦେଖାଯାଉଥିଲେ। ଯେଉଁ ଲୋକେ ସାମାଜିକ ଭାବେ ଅଧିକ ସକ୍ରିୟ ସେମାନେ ଖୁସିରେ ଓ ସୁସ୍ଥ ରହୁଥିବାର ଦେଖାଯାଇଥିଲା। ଏହାଛଡା ଏହି ବର୍ଗର ଲୋକଙ୍କ ଠାରେ ବ୍ଲଡପ୍ରେସର, ଡାଇବେଟିଜ, ଅଲଜାଇମର, ଡିପ୍ରେସନ, ଇମ୍ୟୁନ ସିଷ୍ଟମ ଦୁର୍ବଳ ହେବା ବା ହୃଦ ଜନିତ ସମସ୍ୟା ଏତେଟା ନଥିଲା। ଏପରିକି ସମାଜିକ ସକ୍ରିୟ ଲୋକଙ୍କ ଠାରେ ଅସମୟ ମୃତ୍ୟୁ ଭୟ ମଧ୍ୟ ନଥାଏ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button