ବଜ୍ରପାତରେ ୨୧ ଗାଈ ମୃତ, ୪ ଜଣ ଗୁରୁତର

କୋରାପୁଟ : କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତରେ ୬ଟି ପରିବାରର ୨୧ ଗାଈ ଓ ୩ଟି ଛେଳିଙ୍କର ମୃତ୍ୟୁ ଘଟିଛି। ୪ ଜଣ ବ୍ୟକ୍ତି ଗୁରୁତର ହୋଇଥିବାରୁ ସେମାନଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ସୀମାନ୍ତ ଆମ୍ପାବିଲୀ ପଞ୍ଚାୟତର କୁରଲି ଗ୍ରାମରେ ଘଟିଛି।

ଖବର ଅନୁଯାୟୀ କୁରୁଲ ଗାଁର ୬ଟି ପରିବାରର ୪ ଜଣ ଲୋକ ନିଜର ଗୃହ ପାଳିତ ପଶୁଙ୍କୁ ନିକଟସ୍ଥ ଜଙ୍ଗଲକୁ ଚରେଇବାକୁ ନେଇଥିଲେ। ଆଜି ଅପରାହ୍ନ ୪ଟା ସମୟରେ ପ୍ରବଳ ବର୍ଷା ସହ ଘଡଘଡି ଆରମ୍ଭ ହୋଇଯାଇଥିଲା। ବର୍ଷାରୁ ବର୍ତ୍ତିବା ଲାଗି ସେମାନେ ଗୃହ ପାଳିତ ପଶୁଙ୍କୁ ନେଇ ଗଛ ମୂଳରେ ଠିଆ ହୋଇଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୨୧ ଗାଈ ଓ ୩ ଛେଳିଙ୍କର ମୃତ୍ୟୁ ଘଟିଛି। ଚରେଇବା ପାଇଁ ଯାଇଥିବା ଦୁଇ ମହିଳା ଓ ୨ ଜଣ ପୁରୁଷ ଗୁରୁତର ହୋଇଥିବାରୁ ସେମାନଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button