କର୍ଣ୍ଣାଟକ ସି-ଭୋଟର ସର୍ଭେ : କଂଗ୍ରେସକୁ ମିଳିପାରେ ମ୍ୟାଜିକ୍ ନମ୍ବର

ନୂଆଦିଲ୍ଲୀ : ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଭୋଟ ଗ୍ରହଣ ଆଉ ଗୋଟିଏ ଦିନ ବାକିଥିବା ବେଳେ ଏହା ପୂର୍ବରୁ ଆସିଛ ସି-ଭୋଟର ସର୍ଭେ ରିପୋର୍ଟ। ଏଥିରେ କୁହାଯାଇଛି କର୍ଣ୍ଣାଟକରେ କଂଗ୍ରେସ ସରକାର ଗଢିବାର ସୁଯୋଗ ରହିଛି।

ଏବିପି ନ୍ୟୁଜ୍ ସର୍ଭେ ଅନୁଯାୟୀ କର୍ଣ୍ଣାଟକ ବିଧାନସଭାର ମୋଟ ଆସନ ସଂଖ୍ୟା ୨୨୪। ସରକାର ଗଠନ ପାଇଁ ୧୧୩ ଆସନ ଆବଶ୍ୟକ। କିନ୍ତୁ ଏଥର ନିର୍ବାଚନରେ କଂଗ୍ରେସ ୪୦ ପ୍ରତିଶତରୁ ଅଧିକ ଭୋଟ ପାଇବା ସହ ୧୧୦ରୁ ୧୨୨ ଆସନ ଜିତିପାରେ ବୋଲି ଆକଳନ କରାଯାଇଛି। ସେହିପରି ବିଜେପି ୭୩ରୁ ୮୫ଟି ଆସନ ଜିତିବ ବୋଲି ସର୍ଭେରୁ ଜଣାପଡିଛି।

୧୦୧୮ ନିର୍ବାଚନରେ ବିଜେପି ୧୦୪ ଆସନରେ ବିଜୟୀ ହୋଇ ଏବେ ସରକାରରେ ଅଛି। ଶେଷ ପର୍ଯ୍ୟାୟରେ ଭୋଟରକୁ ଆକୃଷ୍ଟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ବିଜେପି ପକ୍ଷରୁ ମାରାଥନ ପ୍ରଚାର କରିଛନ୍ତି। ଅମିତ ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ଅତି କମରେ ୧୨୭ ଟି ଆସନରେ ବିଜୟୀ ହେବ। ଗତଥର ଅପେକ୍ଷା ୧୫ଟି ଅଧିକ ଆସନ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ ବୋଲି ସେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button