ଟ୍ରେନ ବଗିରେ ଧୂଆଁ ଦେଖି ଯାତ୍ରୀ ଓହ୍ଲାଇପଡ଼ିଲେ

ବ୍ରହ୍ମପୁର : ଦିବୃଗଡ଼-କନ୍ୟାକୁମାରୀ ସୁପର ଫାଷ୍ଟ୍ ଏକ୍ସପ୍ରେସର ୧୦ନମ୍ୱର୍ ସ୍ଲିପର୍ ବଗିରେ ଧୂଆଁ। ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଯାତ୍ରୀମାନେ ଏହା ଦେଖିବା ପରେ ଭୟରେ ଟ୍ରେନରୁ ଓହ୍ଲାଇପଡ଼ିଥିଲେ।

ଖବର ଅନୁଯାୟୀ ରେଳ କର୍ମଚାରୀ କହିଛନ୍ତି ଟ୍ରେନର ବ୍ରେକ ସୁରେ ଅଖା ପଶି ନିଆଁ ଲାଗିଥିଲା। ଟ୍ରେନରେ ଥିବା ଅଗ୍ନି ନିର୍ବାପକ ଦ୍ଵାରା ରେଳ କର୍ମଚାରୀ ନିଆଁ ଲିଭାଇଥିଲେ। ଜଗନ୍ନାଥ ପ୍ରସାଦ ଜଙ୍କସନରୁ ଧୂଆଁ ବାହାରିବାରୁ ଲାଞ୍ଜିପଲ୍ଲି ରାମ ନଗରଠାରେ ଟ୍ରେନଟି ଅଧଘଣ୍ଟା ଅଟକିଥିଲା। ନିଆଁ ଲିଭାଇବା ପରେ ପୁଣି ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

Leave a Reply

Your email address will not be published. Required fields are marked *

Back to top button