ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୧୮୩ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଧାନ, ହରଡ଼, ହରଡ଼ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି। ମୁଗ ଡାଲିର ସହାୟକ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଥିବା ବେଳେ ଧାନର ଏମଏସପି ୨୧୮୩ ଟଙ୍କାକୁ ବୃଦ୍ଧି କରାଯାଇଛି।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଛନ୍ତି କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପ୍ରାଥମିକତା ରହିଛି। ପୃଥିବୀର ଅନେକ ଦେଶରେ ଖାଦ୍ୟ ସାମଗ୍ରୀର ମୁଦ୍ରାସ୍ଫୀତି ୩୦ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଭାରତରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି। ଖୁବ୍ କମ୍ ସମୟ ପାଇଁ ବୃଦ୍ଧି ପାଇଛି। ମୁଦ୍ରାସ୍ଫୀତି ହ୍ରାସ ପାଉଥିବା ବେଳେ ଏମଏସପି ବୃଦ୍ଧି କୃଷକମାନଙ୍କୁ ଫାଇଦା ଦେବ ବୋଲି ସେ କହିଛନ୍ତି।

ଶ୍ରୀ ଗୋୟଲ କହିଛନ୍ତି ସାଧାରଣ ଗ୍ରେଡ୍ ଧାନର ଏମଏସପି କୁଇଣ୍ଟାଲ ପିଛା ୨୦୪୦ ଟଙ୍କାରୁ ୧୪୩ ଟଙ୍କା ବୃଦ୍ଧି କରାଯାଇ ୨୧୮୩ ଟଙ୍କା କରାଯାଇଛି। ‘ଏ’ ଗ୍ରେଡ୍ ଧାନର ଏମଏସପି କୁଇଣ୍ଟାଲ ପିଛା ୧୬୩ ଟଙ୍କା ବୃଦ୍ଧି କରାଯାଇ ୨୨୦୩ ଟଙ୍କା କରାଯାଇଛି। ମୁଗର ଏମଏସପି ଏବେ କ୍ୱିଣ୍ଟାଲ ପିଛା ୮୫୫୮ ଟଙ୍କାକୁ ବୃଦ୍ଧି ପାଇଛି । ଗତବର୍ଷ ଏହା କ୍ୱିଣ୍ଟାଲ ପିଛା ୭୭୫୫ ଟଙ୍କା ଥିଲା।

Leave a Reply

Your email address will not be published. Required fields are marked *

Back to top button