୫ରେ ଚନ୍ଦ୍ରଗ୍ରହଣ

ଭୁବନେଶ୍ଵର : ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆସନ୍ତା ୫ ତାରିଖ ବୁଦ୍ଧ ପୂର୍ଣ୍ଣିମାରେ ସଂଘଟିତ ହେବ।

ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ପୃଥିବୀର ଛାୟା ଦେଇ ଚନ୍ଦ୍ରମା ମଇ ୫ ତାରିଖ ରାତି ୮ଟା ୪୫ମିନିଟରୁ ମଇ ୬ତାରିଖ ରାତି ୧ଟା ମଧ୍ୟରେ ଅତିକ୍ରମ କରିବ। ୪ଘଣ୍ଟା ୧୮ମିନିଟ ଅବଧି ଗ୍ରହଣର ମଧ୍ୟକାଳ ହେବ ରାତି ୧୦ଟା ୫୨ମିନିଟ। ଏହି ଚନ୍ଦ୍ରଗ୍ରହଣ ଏସିଆ, ୟୁରୋପ, ଅଷ୍ଟ୍ରେଲିଆ, ଆଫ୍ରିକା, ଭାରତ ମହାସାଗର ଅଂଚଳରେ ଦୃଶ୍ୟମାନ ହେବ। କିନ୍ତୁ ଏହି ମହାଜାଗତିକ ଦୃଶ୍ୟକୁ ଓଡ଼ିଶାରେ ଖାଲି ଆଖିରେ ଦେଖିବା ସମ୍ଭବପର ନୁହେଁ। ଟେଲିସ୍କୋପ୍ କିମ୍ବା ବାଇନାକୁଲର ମାଧ୍ୟମରେ ଏହାକୁ ଦେଖିହେବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button