କ୍ୟାପିଟାଲ ହାଉସିଂ ସମବାୟ ବୈଠକରେ ମାରପିଟ୍‌ ଅଭିଯୋଗ

ଭୁବନେଶ୍ଵର : କ୍ୟାପିଟାଲ ହାଉସିଂ ସମବାୟ ବୈଠକରେ ମାରପିଟ୍‌। ସଂସ୍ଥାର ନିର୍ଦ୍ଦେଶିକା ଶାଶ୍ଵତୀ ଲେଙ୍କା ଉପସଭାନେତ୍ରୀ ବିଜୟ ଲକ୍ଷ୍ମୀ ମହାପାତ୍ରଙ୍କ ବିରୋଧରେ ଗୁଣ୍ଡାରାଜ୍‌ ଅଭିଯୋଗ ଆଣିଛନ୍ତି।

ଖବର ଅନୁଯାୟୀ ବୁଧବାର ଶାଶ୍ଵତୀ ଅଭିଯୋଗ କରିଛନ୍ତି ବୈଠକକୁ ଡକା ନଯିବାକୁ ନେଇ ସେ ସମ୍ପାଦକଙ୍କୁ ପ୍ରଶ୍ନ କରିଥିଲେ। ଏହି ସମୟରେ ତାଙ୍କୁ ଓ ସହଯୋଗୀଙ୍କୁ ଉପସଭାନେତ୍ରୀ ମାଡ଼ ମାରିଥିଲେ। ଏହି ଘଟଣାକୁ ନେଇ ଶାଶ୍ଵତୀ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଟିମ୍ ସେଠାରେ ପହଞ୍ଚି ଦୁଇ ପକ୍ଷଙ୍କୁ ଥାନାକୁ ନେଇଥିଲେ। ତେବେ ଉପସଭାନେତ୍ରୀ ଅଭିଯୋଗକୁ ଯୋଜନାବଦ୍ଧ କହି ଖଣ୍ଡନ କରିଥିବା ବେଳେ ପାଲଟା ଅଭିଯୋଗ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button