ପଶ୍ଚିମବଙ୍ଗରେ ମଣିପୁରର ପୁନରାବୃତ୍ତି : ମହିଳା ପ୍ରାର୍ଥୀଙ୍କୁ ଉଲଗ୍ନ କରି ବୁଲାଇଲେ

କୋଲକତା : ପଶ୍ଚିମବଙ୍ଗରେ ମଣିପୁର ଲଜ୍ଜାଜନକ ଘଟଣାର ପୁନରାବୃତ୍ତି ଘଟିଛି। ଶାସକ ତୃଣମୂଳ କଂଗ୍ରେସ ସହ ଜଡ଼ିତ ଦୁର୍ବୃତ୍ତ ହାୱଡାର ପାଞ୍ଚଲାରେ ଜଣେ ମହିଳା ପ୍ରାର୍ଥୀଙ୍କୁ ନିର୍ଯାତନା ଦେବା ସହିତ ଉଲଗ୍ନ କରି ବୁଲାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ପୀଡ଼ିତା ମହିଳା ଜଣକ ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ।ସେ ଅଭିଯୋଗରେ ୫ଜଣ ତୃଣମୂଳ ପ୍ରାର୍ଥୀଙ୍କ ନାମ ଉଲ୍ଲେଖ କରିଛନ୍ତି। ସେମାନେ ହେଲେ ହେମନ୍ତ ରାୟ, ନୁର ଆଲାମ, ଅଲଫି ଏସ.କେ, ରଣବୀର ପଞ୍ଜା ସଞ୍ଜୁ ଓ ସୁକମଲ ପଞ୍ଜା। ପୀଡ଼ିତାଙ୍କ ଅଭିଯୋଗକୁ ଆଧାରରେ ପାଞ୍ଚଲା ପୋଇସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୀଡ଼ିତା କହିଛନ୍ତି ମୋତେ ପ୍ରାୟ ୪୦-୫୦ ତୃଣମୂଳ କଂଗ୍ରେସକର୍ମୀ ଆକ୍ରମଣ କରିଥିଲେ। ମୁଣ୍ଡକୁ ଠେଙ୍ଗାରେ ପିଟି ମତଦାନ କେନ୍ଦ୍ରରୁ ତଡ଼ି ଦେଇଥିଲେ। ମୁଁ ଏପରି ନକରିବାରୁ ଅନୁରୋଧ କରିଥିଲେ ହେଁ ସେମାନେ ଶୁଣି ନଥିଲେ। ମୋତେ ଶାରୀରିକ ନିର୍ଯାତନା ଓ ଦୁର୍ବବ୍ୟବହାର ପରେ ଉଲଗ୍ନ କରି ଗ୍ରାମରେ ବୁଲାଇଥିଲେ।’ ଏହି ଘଟଣା ପଞ୍ଚାୟତ ନିର୍ବାଚନ ସମୟରେ ଅର୍ଥାତ୍‌ ଜୁଲାଇ ୮ ତାରିଖରେ ଘଟିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button