ଶିକ୍ଷାନୁଷ୍ଠାନରେ ମିଳିବ ମାଗଣା ଇଣ୍ଟରନେଟ୍‌

ଭୁବନେଶ୍ଵର : ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ, କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ୱାଇଫାଇ ଓ ୧ ଜିବି ଡାଟା। ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ରୋହିତ ପୂଜାରୀ।

ଶ୍ରୀ ପୂଜାରୀ କହିଛନ୍ତି ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷାବର୍ଷରୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ୧ଜିବି ଡାଟା ଉପଲବ୍ଧ କରାଇବେ। ବିଜେଡି ନିଜର ନିର୍ବାଚନୀ ଇସ୍ତାହାରରେ ଛାତ୍ରଛାତ୍ରୀଙ୍କୁ ମାଗଣା ୧ଜିବି ଡାଟା ପ୍ରଦାନ ପାଇଁ ଦେଇଥିବା ପ୍ରତିଶ୍ରୁତି ଆଧାରରେ ଏହି ଡାଟା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button