ଦିନରେ ଶସ୍ତା ଓ ରାତିରେ ବିଦ୍ୟୁତ ମହଙ୍ଗା ହେବ

ନୂଆଦିଲ୍ଲୀ : ବିଦ୍ୟୁତ୍ ଦର ସ୍ଥିର କରିବାକୁ ଲାଗୁହେବାକୁ ଯାଉଛି ଟାଇମ୍ ଅଫ୍ ଡେ (ଟିଓଡି) ନିୟମ। ଏହାଦ୍ୱାରା ସାରା ଦେଶରେ ବିଦ୍ୟୁତ୍ ଉପଭୋକ୍ତାମାନେ ଦିନ ସମୟରେ ବିଦ୍ୟୁତ୍ ବ୍ୟବହାର କରି ବିଲରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ। ଯଦି ରାତିରେ ଅଧିକ ବିଦ୍ୟୁତ ବ୍ୟବହାର କରନ୍ତି ତା’ହେଲେ ଅଧିକ ଦେୟ ଦେବାକୁ ପଡିବ। ପ୍ରଥମ ପର୍ଯ୍ୟାୟରେ ଏହା ସର୍ବାଧିକ ୧୦ କିଲୋୱାଟ୍‌ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତାଙ୍କ ପାଇଁ ଲାଗୁ ହେବ।

ଖବର ଅନୁଯାୟୀ ୨୦୨୪ ଏପ୍ରିଲ ପହିଲାରୁ ଠାରୁ ସର୍ବାଧିକ ୧୦ କିଲୋୱାଟ୍‌ କିମ୍ବା ଅଧିକ ଚାହିଦା ଥିବା ବାଣିଜ୍ୟିକ ଓ ଶିଳ୍ପ ଉପଭୋକ୍ତା ଓ ୨୦୨୫ ୧ ଏପ୍ରିଲ ୧ରୁ କୃଷି ଉପଭୋକ୍ତାଙ୍କୁ ଛାଡ଼ି ଅନ୍ୟ ଉପଭୋକ୍ତାଙ୍କ ପାଇଁ ଟିଓଡି ଶୁଳ୍କ ବ୍ୟବସ୍ଥା ଲାଗୁ ହେବ। ସ୍ମାର୍ଟ ମିଟର୍‌ ଥିବା ଉପଭୋକ୍ତାଙ୍କ ପାଇଁ ମିଟର୍‌ ସଂଯୋଗ ହେବାପରେ ଟାଇମ୍‌ ଅଫ୍‌ ଡେ ଶୁଳ୍କ ବ୍ୟବସ୍ଥା ଲାଗୁ ହେବ।

ସେହିପରି ପିକ୍‌ ଆୱାର୍ସରେ ବିଦ୍ୟୁତ ଶୁଳ୍କ ଦର ୧୦ରୁ ୨୦ ପ୍ରତିଶତ ଅଧିକ ରହିବ। ସ୍ୱାଭାବିକ ସମୟ ପାଇଁ ଅଲଗା ଶୁଳ୍କ ଦର ନିର୍ଦ୍ଧାରଣ କରିବା ଲାଗି ଟିଓଡି ଟାରିଫ୍‌ରେ ବ୍ୟବସ୍ଥା ରହିଛି। ଏହା ଉପଭୋକ୍ତାମାନଙ୍କୁ ଶୁଳ୍କଦର ଅନୁଯାୟୀ ବିଦ୍ୟୁତ ବ୍ୟବହାର କରିବା ଲାଗି ଦରଜନିତ ସତର୍କ ବାର୍ତ୍ତା ଦେବ। ସଚେତନତା ଓ ଟିଓଡି ଶୁଳ୍କ ବ୍ୟବସ୍ଥାର ପ୍ରଭାବୀ ଉପଯୋଗ ଦ୍ୱାରା ଉପଭୋକ୍ତାମାନେ ବିଦ୍ୟୁତ ବିଲ୍‌ ହ୍ରାସ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button