ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ଵର : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ କୋର୍ଟ ବେଆଇନ କହିବା ସହିତ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିବା ସହ କରିଛନ୍ତି ଭର୍ତ୍ସନା।

ଖବର ଅନୁଯାୟୀ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣକୁ ୨୦୧୦ ନଭେମ୍ବର ୧୬ ତାରିଖରେ ଓଡିଶା ହାଇକୋର୍ଟ ବେଆଇନ ଦର୍ଶାଇ ଚାଷୀଙ୍କ ଜମି ଫେରାଇ ଦେବାପାଇଁ କହିଥିଲେ। ଏହି ରାୟକୁ ଚାଲେଂଜ କରି ଅନୀଲ ଅଗ୍ରଆଲ ଫାଉଣ୍ଡେସନ ଓ ରାଜ୍ୟ ସରକାର ଯାଇଥିଲେ ସୁପ୍ରିମକୋର୍ଟ। କିନ୍ତୁ ଏହି ମାମଲାର ଶୁଣାଣୀ କରି ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହା ଓ ଜଷ୍ଟିସ କେ ମୁରାରୀଙ୍କ ଖଣ୍ଡପୀଠ ୨୦୧୧ ଜାନୁଆରୀରେ ଜମି ଅଧିଗ୍ରହଣ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣ ଜନସ୍ୱାର୍ଥ ମାମଲା କରିଥିବା ଜମି ମାଲିକଙ୍କ ପକ୍ଷରୁ ମାମଲା ପରିଚାଳନା କରିଥିବାବେଳେ ବରିଷ୍ଠ ଆଇନଜୀବୀ ସିଏ ସୁନ୍ଦରାମ ବେଦାନ୍ତ ପକ୍ଷରୁ ମାମଲା ଲଢୁଥିଲେ।

Leave a Reply

Your email address will not be published. Required fields are marked *

Back to top button