ସତ୍ୟେନ୍ଦ୍ରଙ୍କ ଜାମିନ ମିଆଦ ୨୪ ପର୍ଯ୍ୟନ୍ତ ବୃଦ୍ଧି, ସିସୋଦିଆଙ୍କ ଶୁଣାଣି ୧୪ରେ

ନୂଆଦିଲ୍ଲୀ : ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଥିବା ଅନ୍ତରୀଣ ଜାମିନର ମିଆଦକୁ ସୁପ୍ରିମକୋର୍ଟ ଜୁଲାଇ ୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବିଚାରପତି ଜଷ୍ଟିସ୍‌ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ୍‌ ଏମ୍‌ ଏମ୍‌ ସୁନ୍ଦ୍ରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୈନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭିଙ୍କୁ ଓ ଅତିରିକ୍ତ ସଲିସିଟର ଜେନେରାଲ ଏସ୍‌ ଭି ରାଜୁଙ୍କୁ ଡାକ୍ତରୀ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୨୬ରେ ତାଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା।

ସେହିପରି ମନି ଲଣ୍ଡରିଂ ମାମଲାରେ ଆମ୍‌ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଜୁଲାଇ ୧୪ରେ କରିବାକୁ ସୁପ୍ରିମ୍‌ କୋର୍ଟ ସୋମବାର ରାଜି ହୋଇଛନ୍ତି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ସିଂଘଭି ତାଙ୍କ ପତ୍ନୀ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦର୍ଶାଇ ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button