ସକାଳ ୯ରୁ ଅଫିସ ଆସିବେ ସରକାରୀ କର୍ମଚାରୀ

ଚଣ୍ଡୀଗଡ଼ : ପଂଜାବର ମୁଖ୍ୟମନ୍ତ୍ରୀ ଭାବେ ଚରଣଜୀତ ସିଂହ ଚନ୍ନୀ ଦାୟିତ୍ୱ ଗ୍ରହଣ ପରେ ସରକାରୀ କର୍ମଚାରୀଙ୍କ ପାଇଁ ନିଆଁ ନିୟମ ଲାଗୁ କରିଛନ୍ତି। ସକାଳ ୯ଟାରୁ ଅଫିସ ଆସିବାକୁ ଦେଇଛନ୍ତି ନିର୍ଦ୍ଦେଶ। ଆଉ ସ୍ପଷ୍ଟ କରିଛନ୍ତି ଯେକୌଣସି ସମୟରେ ବିଭାଗରେ ଅନୁସନ୍ଧାନ କରାଯିବ।
ରାଜ୍ୟର ବିଭାଗୀୟ ମୁଖ୍ୟ, ବିଭାଗୀୟ କମିଶନର, ଡେପୁଟି କମିଶନର ଓ ଏସଡିଏମଙ୍କୁ ପର୍ସନାଲ ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ କୁହାଯାଇଛି ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସକାଳ ୯ ଟାରେ ନିଜ କାର୍ଯ୍ୟାଳୟକୁ ଆସି ଅଫିସ୍ ସମୟ ଶେଷଯାଏ ଉପସ୍ଥିତ ରହିବେ। ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥାନ ସପ୍ତାହକୁ ଅତି କମରେ ଦୁଇଥର ଯାଞ୍ଚ କରିବାକୁ ସଚିବ ଓ ବିଭାଗର ମୁଖ୍ୟମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଆଉ କୁହାଯାଇଛି ଆପଣଙ୍କ ଅଧୀନରେ ଥିବା ସଂସ୍ଥାଗୁଡ଼ିକରେ ଚାଲିଥିବା କାର୍ଯ୍ୟ ଓ ରେକର୍ଡଗୁଡିକ ଯାଞ୍ଚ କରନ୍ତୁ। ବିଭାଗର କମିଶନର୍, ଡେପୁଟି କମିଶନର ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ନିଜ ଅଧୀନରେ ଥିବା କାର୍ଯ୍ୟାଳୟର ମୁଖ୍ୟଙ୍କ ଯାଞ୍ଚ ପାଇଁ ଉତ୍ତରଦାୟୀ ରହିବେ। ଏହାଛଡା କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛତା ଆଣିବା ସହିତ ପ୍ରାଥମିକତା ଭିତ୍ତିରେ ଲୋକଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।