ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ

ପୁରୀ : ପିପିଲି ବିଧାନସଭା ଉପ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ବିପୁଳ ବିଜୟ ହୋଇଛି। ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ୨୦ ହଜାର ୯୧୬ ଖଣ୍ଡ ଭୋଟ୍ରେ ଜିତିଛନ୍ତି। ରୁଦ୍ର ମହାରଥୀ ମୋଟ ୯୬ ହଜାର ୯୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଛନ୍ତି ୭୬ ହଜାର ୦୫୬ ଖଣ୍ଡ ଭୋଟ୍। କଂଗ୍ରେସର ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୪,୨୩୭ ଭୋଟ୍ ମିଳିଛି।
ସୂଚନାଯୋଗ୍ୟ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ୨୦୨୦ ମସିହାରୁ ବିଜେଡି ହାତରେ ରହିଛି। ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ମସିହା ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ନିର୍ବାଚନ ଜିତିଥିଲେ। କେବଳ ସେତିକି ନୁହେଁ ସ୍ୱର୍ଗତ ପ୍ରଦୀପ ମହାରଥୀ ଏହି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ପାର୍ଟି ଟିକେଟ୍ରେ ୧୯୮୫ ଓ ୧୯୯୦ ମସିହାରେ ନିର୍ବାଚନ ଜିତି ବିଧାନସଭାକୁ ଯାଇଥିଲେ।