ଦିଗପହଣ୍ଡି : ନାବାଳକକୁ ଟାଣିନେଲା କୁମ୍ଭୀର

ବ୍ରହ୍ମପୁର : ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତର ଟିକରପଡା ଗ୍ରାମରେ ଅଘଟଣ। ୧୨ ବର୍ଷିୟ ନାବାଳକ ନନ୍ଦୁ ଗୌଡ଼କୁ କୁମ୍ଭୀର ଟାଣିନେଲା।

ଖବର ଅନୁଯାୟୀ ନନ୍ଦୁ ଆଜି ଅପରାହ୍ନରେ ଗାଁ ନିକଟ ଘୋଡାହାଡ଼ କେନାଳକୁ ଗାଧୋଇବା ପାଇଁ ଯାଇଥିଲା। ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। କେନାଲରେ ନାବାଳକ ବୁଡ଼ି ଯାଇଥିବା ଆଶଙ୍କା କରି ଲୋକେ ଦିଗପହଣ୍ଡି ଅଗ୍ନିଶମ ବାହିନୀର ସହାୟତା ନେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ କେନାଲରୁ ମୃତଦେହ ଠାବ କରଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button