ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ୱର୍ଦ୍ଧନା

ଭୁବନେଶ୍ୱର : ଟୋକିଓ ପାରାଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିଣି ଇତିହାସ ରଚିଥିବା ପ୍ରମୋଦ ଭଗବତଙ୍କୁ ଓଡିଶାରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦ ଭଗତଙ୍କୁ ଏକ ସ୍ଵତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିନା ଦେବା ସହ ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଶୁକ୍ରବାର ପ୍ରମୋଦ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏକ ସ୍ଵତନ୍ତ୍ର ଗାଡିରେ ପ୍ରମୋଦଙ୍କୁ ସହର ପରିକ୍ରମା କରାଯାଇଥିଲା। ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଓ ପ୍ରସଂଶକ ବିମାନ ବନ୍ଦରରେ ଭଗତଙ୍କୁ ସ୍ୱାଗତ ଜଣାଇଥିଲେ। ନିଜ ମାଟିରେ ଏଭଳି ସମ୍ବର୍ଦ୍ଧନାରେ ସେ ଖୁସିରେ ଆତ୍ମହରା ହେଇଥିବା କହିବା ସହିତ ନିଜ ଗେ।ଲଡ ମେଡାଲକୁ ଓଡିଶା ବାସୀଙ୍କ ଉେଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ।

ପ୍ରମୋଦଙ୍କୁ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। କଳିଙ୍ଗ ଷ୍ଟାଡିୟମରେ ଏଥିପାଇଁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ କ୍ରିଡ଼ାମନ୍ତ୍ରୀ, କ୍ରିଡ଼ା ସଚିବ ଓ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଚେକ୍‌ ପ୍ରଦାନ କରିବା ସହିତ ରାଜ୍ୟରେ ଅଧିକରୁ ଅଧିକ ସଂଖ୍ୟକ ଖେଳାଳି ଦେଶ ଓ ଅନ୍ତର୍ଜାତୀୟ ସ୍ତରରେ ନାଁ କରନ୍ତୁ ବୋଲି ଆଶା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button