ଡିସେମ୍ବର ୧୩ରୁ କିଷାନ କଂଗ୍ରେସର ମଣ୍ଡି ଚାଲ ଅଭିଯାନ

ଭୁବନେଶ୍ଵର : ଡିସେମ୍ବର ୧୩ ତାରିଖରୁ କିଷାନ କଂଗ୍ରେସ ମଣ୍ଡି ଚାଲ ଅଭିଯାନ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ପିସିସି ସଭାପତି କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧୩ରୁ ଜାନୁୟାରି ୧୩ ଏକ ମାସ ଧରି ମଣ୍ଡି ଚାଲ ଅଭିଯାନ ହେବ। ୧୭ ଦଫା ଦାବି ନେଇ ଏହି ଅଭିଯାନ ଚାଲିବ। ଦାବି ଗୁଡିକ ମଧ୍ୟରେ ଧାନ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମଏସପିକୁ ଆଇନଗତ ଗ୍ୟାରେଣ୍ଟି, ପ୍ରତି ଧାନ କୁଇଣ୍ଟାଲରେ ଚାଷୀଙ୍କୁ ୬୦୦ଟଙ୍କା ବୋନସ ଓ କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ, ଲଘୁଚାପଜନିତ ବର୍ଷାଦ୍ଵାରା ରଙ୍ଗବିହୀନ ହୋଇଥିବା ସବୁଧାନକୁ କ୍ରୟ, ପ୍ରତି ମଣ୍ଡିରେ ସିସି କ୍ୟାମେରା ସଂଯୋଗ ଓ ଧାନ ଉଠାଇବା ବ୍ୟତୀତ ମିଲରକୁ ମଣ୍ଡି ନିଷେଧ କରିବାକୁ ଦାବି କରାଯିବ। ଏହାଛଡା ପ୍ରଚଳିତ କୃଷି ଇନପୁଟ୍ ସବସିଡ୍ ଦେଢ଼ଗୁଣା ବୃଦ୍ଧି ଓ ରିଲିଫ୍ କୋର୍ଡର ସଂଶୋଧନ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ସହାୟତା, ଚାଷ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼, ଭାଗଚାଷୀମାନଙ୍କ ପାଇଁ ସ୍ଵତନ୍ତ୍ର ସହାୟତା ଓ ଆଇନଗତ ମାନ୍ୟତା ଆଦି କଂଗ୍ରେସ ଦାବି କରିଛି।

Leave a Reply

Your email address will not be published. Required fields are marked *

Back to top button